ଓଡିଶା

odisha

ETV Bharat / sports

ଅଲମ୍ପିକ ଉଦ୍‌ଯାପନୀ ସମାରୋହରେ 10 ଭାରତୀୟ ଅଧିକାରୀଙ୍କୁ ଅନୁମତି - ଟୋକିଓ ଅଳମ୍ପିକ୍‌

ଅଲମ୍ପିକ ଉଦ୍‌ଯାପନୀ ସମାରୋହରେ ଯୋଗଦେଉଥିବା ଭାରତୀୟ ଆଥଲେଟଙ୍କ ସଂଖ୍ୟା ଉପରେ କୌଣସି ସୀମା ରଖାଯାଇନାହିଁ, କିନ୍ତୁ ଅଧିକାରୀଙ୍କ ସଂଖ୍ୟା 10 ରଖାଯାଇଛି । ଅଧିକ ପଢନ୍ତୁ...

10 Indian officials for closing ceremony, no limit on athletes
ଅଲମ୍ପିକ ଉଦ୍‌ଯାପନୀ ସମାରୋହରେ 10 ଭାରତୀୟ ଅଧିକାରୀଙ୍କୁ ଅନୁମତି

By

Published : Aug 8, 2021, 4:43 PM IST

ଟୋକିଓ:ଅଲମ୍ପିକ ଉଦ୍‌ଯାପନୀ ସମାରୋହରେ ଯୋଗଦେଉଥିବା ଭାରତୀୟ ଆଥଲେଟଙ୍କ ସଂଖ୍ୟା ଉପରେ କୌଣସି ସୀମା ରଖାଯାଇନାହିଁ, କିନ୍ତୁ ଅଧିକାରୀଙ୍କ ସଂଖ୍ୟା 10ରେ ରଖାଯାଇଛି । ଆଥଲେଟ୍‌ମାନଙ୍କୁ ଉଦ୍‌ଘାଟନୀ ସମାରୋହରେ ପିନ୍ଧିଥିବା ପାରମ୍ପରିକ ପୋଷାକ ପରିବର୍ତ୍ତେ ଆରାମଦାୟକ ଟ୍ରାକ୍ ସୁଟ୍‌ରେ ଦେଖିବାକୁ ମିଳିବ ।

ଅଧିକାଂଶ ହକି ଓ କୁସ୍ତି ଟିମର ଖେଳାଳି ଏହି ସମାରୋହରେ ସାମିଲ ହେବା ଆଶା କରାଯାଉଛି । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪.୩୦ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ସୂଚୀ ରହିଛି । ପୂର୍ବ ଘୋଷଣା ଅନୁଯାୟୀ, ଶନିବାର ବ୍ରୋଞ୍ଜ ପଦକ ଜିତିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଭାରତର ଧ୍ବଜାବାହକ ରହିବେ ।

ଭାରତୀୟ ଅଲମ୍ପିକ ଆସୋସିଏସନର ନିୟମ ମୁତାବକ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ସହିତ ଅନ୍ୟ ପଦକ ବିଜେତା ଆସନ୍ତାବର୍ଷ ହେବାକୁ ଥିବା ଏସିଆ ଗେମ୍ସ ଓ କମନୱେଲ୍ଥ ଗେମ୍ସରେ ଭାରତର ଧ୍ବଜା ବାହକ ରହିବାକୁ ମନୋନୀତ ହେବେ । ଉଦ୍‌ଘାଟନୀ ସମାରୋହରେ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଓ ଚମ୍ପିଆନ ବକ୍ସର ମେରୀକମ ଭାରତର ଧ୍ବଜାବାହକ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details