ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଟେନିସ ସମେତ ସମସ୍ତ କ୍ରୀଡା ଇଭେଣ୍ଟ ବନ୍ଦ ରହିଛି । ବିନା ଦର୍ଶକରେ କିଛି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଚର୍ଚ୍ଚା ହେଉଛି । ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ବିନା ଦର୍ଶକରେ ମ୍ୟାଚ ଖେଳାଯିବା ସପକ୍ଷରେ ମତ ରଖିଛନ୍ତି ।
ବିନା ଦର୍ଶକରେ ମ୍ୟାଚ ସପକ୍ଷରେ ସାନିଆ ମିର୍ଜା - ବିନା ଦର୍ଶକରେ ଟେନିସ
ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ସପକ୍ଷରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ମତ ରଖିଛନ୍ତି ।

ବିନା ଦର୍ଶକରେ ମ୍ୟାଚ ସପକ୍ଷରେ ସାନିଆ ମିର୍ଜା
ପ୍ରାୟ 2ବର୍ଷର ବ୍ୟବଧାନ ପରେ ଟେନିସ କୋର୍ଟକୁ ଫେରିଥିଲେ ସାନିଆ ମିର୍ଜା । ତେବେ ସେହି ପୁରୁଣା ଆକ୍ରମଣାତ୍ମକ ଟେନିସ ଦେଖିବାକୁ ମିଳିଥିଲା । ଫ୍ରାନ୍ସ କୌଣସି ବି ମ୍ୟାଚରେ ପରିବେଶକୁ ସଂଘର୍ଷପୂର୍ଣ୍ଣ କରିଥାନ୍ତି । ତେବେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ବିନା ଦର୍ଶକରେ ମ୍ୟାଚ ସମ୍ଭବ ହେଲେ, ସେ ଖେଳିବାକୁ ରାଜି ଥିବା କହିଛନ୍ତି ।
କୋରୋନା ଭାଇରସ ଯୋଗୁଁ ଏକାଧିକ ସମ୍ମାନଜନକ ଟେନିସ ଟୁର୍ଣ୍ଣାମେଣ୍ଟ ପ୍ରଭାବିତ ହୋଇଛି । ଫ୍ରେଞ୍ଚ ଓପନ, ୱିମ୍ବାଲଡନ ପରି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ପ୍ରଭାବିତ ହୋଇଛି ।