ଲଣ୍ଡନ: ଚଳିତ ୱିମ୍ବଲଡନ ଚମ୍ପିଆନସିପର ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ଆଲେକଜାଣ୍ଡର ଜର୍ଭ । ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଆମେରିକୀୟ ଟେନିସ ଖେଳାଳି ଟେନସ ସାଣ୍ଡଗ୍ରେନଙ୍କୁ 7-5,6-2,6-3 ସେଟ୍ରେ ହରାଇ ଗୁରୁବାର ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ଜର୍ଭ ।
ହାଲେ ଓଫନର ଦ୍ବିତୀୟ ରାଉଣ୍ଡରେ ପରାସ୍ତ ହୋଇଥିବା ଜର୍ଭ ସଂପୂର୍ଣ୍ଣ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । 24 ବର୍ଷୀୟ ଜର୍ମାନ ଖେଳାଳି ପ୍ରଥମ ଗ୍ରାଣ୍ଡ ସ୍ଲାମ ବିଜୟ ଲକ୍ଷ୍ୟରେ ରହିଛନ୍ତି ।