ଓଡିଶା

odisha

By

Published : Jul 11, 2021, 6:18 PM IST

ETV Bharat / sports

ଦିନେ କ୍ରିକେଟର ଥିଲେ ୱିମ୍ବଲଡନ ବିଜୟିନୀ ବାର୍ଟି

ଟେନିସର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ ଚମ୍ପିଆନ ହେବାସହ ପିଲାଦିନର ସ୍ବପ୍ନ ପୂରଣ କରିଛନ୍ତି ପୂର୍ବରୁ କ୍ରିକେଟ ଖେଳୁଥିବା ଆସଲେ ବାର୍ଟି । ଅଧିକ ପଢନ୍ତୁ...

Wimbledon winner Ash Barty was once a cricketer, played for Brisbane Heat in WBBL
ଦିନେ କ୍ରିକେଟର ଥିଲେ ୱିମ୍ବଲଡନ ବିଜୟିନୀ ବାର୍ଟି

ଲଣ୍ଡନ: ବିଶ୍ବ ମହିଳା ଟେନିସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ଆସଲେ ବାର୍ଟି । ଶନିବାର ପ୍ରଥମଥର ପାଇଁ ବାର୍ଟି ଟେନିସର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ ଚମ୍ପିଆନ ହେବାସହ ପିଲାଦିନର ସ୍ବପ୍ନ ପୂରଣ କରିଛନ୍ତି । ତେବେ ଏକଦା ସେ ଥିଲେ ଜଣେ ଆଗଧାଡିର ପେଷାଦାର ମହିଳା କ୍ରିକେଟର । ମହିଳା ବିଗ ବାସ୍‌ ଲିଗ୍‌(WBBL) ରେ ତାଙ୍କର ଚୌକା, ଛକାରେ ଝୁମୁଥିଲେ କ୍ରିକେଟ ଫ୍ୟାନ୍ସ । ବର୍ଷ 2015 ସଂସ୍କରଣର ବିଗ ବାସ ଲିଗ୍‌ରେ ବ୍ରିସବେନ ହିଟ୍‌ ପକ୍ଷରୁ ଖେଳିଥିଲେ ଟେନିସ କ୍ୟାରିୟରର ସାମୟିକ ବିରତି ନେଇଥିଲେ ଓ ଏହାର ବର୍ଷକ ପରେ WBBL ଖେଳିଥିଲେ । 2016ରେ ପୁନଃ ଟେନିସକୁ ଫେରିଥିଲେ ।

ମାତ୍ର ସମୟ ବଦଳିଛି, ପରିଚୟ ବଦଳିଛି । କ୍ରିକେଟ ନୁହେଁ ବରଂ ଟେନିସର ତାରକା ପାଲଟିଯାଇଛନ୍ତି ଅଷ୍ଟ୍ରେଲୀୟ ଖେଳାଳି ଆସଲେ । ବିଶ୍ବ ଟେନିସର ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟରେ ଦମ ଦେଖାଇଛନ୍ତି ।

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ବାର୍ଟିଙ୍କୁ ୱିମ୍ବଲଡନ ଟାଇଟେଲ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଷ୍ଟ୍ରେଲୀୟ ଟେନିସ ଖେଳାଳି କୁଇନ୍ସଲାଣ୍ଡ ପକ୍ଷରୁ ନଭେମ୍ବର 2015ରେ ଲିଷ୍ଟ ଏ କ୍ରିକେଟ ମ୍ୟାଚ୍‌ ଖେଳିଛନ୍ତି । 19 ବର୍ଷ ବୟସରେ ଅଳ୍ପ ସମୟ ପଇଁ ଅଷ୍ଟ୍ରେଲିଆ 15 ବର୍ଷରୁ କମ ମହିଳା କ୍ରିକେଟ ଟିମର କୋଚ୍‌ ମଧ୍ୟ ରହିଛନ୍ତି ।

ଶନିବାର ବାର୍ଟି, ରିପ୍ଳବିକର କାରୋଲିନା ପ୍ଳିସକୋଭାଙ୍କୁ ୱିମ୍ବଲଡନ ମହିଳା ଫାଇନାଲ ମ୍ୟାଚରେ ସେଣ୍ଟର କୋର୍ଟରେ 6-3, 6-7, 6-3ରେ ହରାଇ ଚମ୍ପିଆନ ହୋଇଥିଲେ । ଏହା ବାର୍ଟିଙ୍କ ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟାଇଟେଲ । ପୂର୍ବରୁ 2019 ଫ୍ରେଞ୍ଚ ଓପନ ଟାଇଟେଲ ନିଜ ନାମରେ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details