ଓଡିଶା

odisha

ETV Bharat / sports

ବିଜୟ ଖୁସିରେ ଘାସ ଖାଆନ୍ତି ଏହି ଖେଳାଳି... - ଘାସ ଖାଆନ୍ତି ଜୋକଭିକ

ୱିମ୍ବଲଡନ ଫାଇନାଲରେ ଇଟାଲିର ମାଟ୍ଟେଓ ବେରେଟିନିଙ୍କୁ 6-7(4), 6-4, 6-4, 6-3 ସେଟ୍‌ରେ ହରାଇ ଷଷ୍ଠଥର ୱିମ୍ବଲଡନ ଟ୍ରଫି ହାତେଇଛନ୍ତି ସର୍ବିୟାନ ଟେନିସ ଷ୍ଟାର ନୋଭାକ ଜୋକଭିକ । ଅଧିକ ପଢନ୍ତୁ...

Wimbledon: Djokovic celebrates triumph by eating grass again
କାହିଁକି ଘାସ ଚୋବାନ୍ତି ୱିମ୍ବଲଡନ ଚମ୍ପିଆନ ଜୋକଭିକ

By

Published : Jul 12, 2021, 5:12 PM IST

ଲଣ୍ଡନ: ବଡ ଟୁର୍ଣ୍ଣାମେଣ୍ଟରେ ବିଜୟ ପରେ ଖୁସିରେ ଆତ୍ମହରା ହୋଇଯାଆନ୍ତି ଅନେକ ଖେଳାଳି । ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାପରେ ବିଶ୍ବର ପ୍ରଖ୍ୟାତ ଖେଳାଳି ହୁଅନ୍ତୁ ଅବା ନବାଗତ ସମସ୍ତେ ଖୁସି ମନାଇଥାନ୍ତି । କେହି କେହି ଭାବବିହ୍ବଳ ହୋଇଯିବାର ମଧ୍ୟ ନଜିର ରହିଛି । କ୍ରିକେଟ, ଫୁଟବଲ, ହକି, ଭଲିବଲ୍‌, ଟେନିସ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କୁସ୍ତି ହେଉ କିମ୍ବା ଦୌଡକୁଦ ବିଜୟରେ ଉଲ୍ଲସିତ ହୁଅନ୍ତି ଖେଳାଳି । ଏହି ଦୃଶ୍ୟ ପ୍ରଶଂସକଙ୍କ ମନରେ ଦୀର୍ଘ ସମୟ ପାଇଁ ସ୍ମରଣୀୟ ହୋଇ ରୁହେ ।

ତେବେ ଅନେକ ଖେଳାଳି ଅଛନ୍ତି, ସଂପୂର୍ଣ୍ଣ ନିଆରା ଢଙ୍ଗରେ ନିଜର ବିଜୟକୁ ମନାଇଥା'ନ୍ତି, ଯାହା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥାଏ । ରବିବାର ଇଂଲିସ ମାଟିରେ ଟେନିସର ସମ୍ମାନଜନକ ପ୍ରତିଯୋଗିତା ୱିମ୍ବଲଡନ ଟାଇଟେଲ ବିଜୟ ସହ ଇତିହାସ ରଚିଥିଲେ ସର୍ବିୟାନ ସୁପରଷ୍ଟାର ନୋଭାକ ଜୋକଭିକ । ଏହା ଜୋକଭିକଙ୍କ 20ତମ ଗ୍ରାଣ୍ଡସ୍ଲାମ ଟାଇଟେଲ । ତେବେ ବିଜୟ ପରେ ଘାସ ଖାଇ ଖୁସି ମନାଇଥିଲେ ଜୋକଭିକ । ଏପରି ସେ ପ୍ରଥମ ଥର କରିନାହାନ୍ତି ବରଂ ୱିମ୍ବଲଡନ ବିଜୟରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଛି । ଏହା ପୂର୍ବରୁ ପାଞ୍ଚଥର ୱିମ୍ବଲଡନ ଟାଇଟେଲ ନିଜ ନାମରେ କରିଛନ୍ତି ସେ ଓ ପ୍ରତିଥର ଘାସ ଚୋବାଇ ବିଜୟ ଖୁସି ମନାଇଛନ୍ତି ।

ବର୍ଷ 2011ରେ ରାଫେଲ ନାଦାଲଙ୍କୁ ଫାଇନାଲରେ ହରାଇ ପ୍ରଥମ ୱିମ୍ବଲଡନ ଟାଇଟେଲ ବିଜୟ ପରେ ତୁରନ୍ତ ପଡିଆରେ ବସି ଟୋନିସ କୋର୍ଟର କିଛି ଘାସ ଚୋବାଇଥିଲେ । ଏହା ଉପସ୍ଥିତ ଦର୍ଶକଙ୍କୁ ଆଚମ୍ବିତ କରିଥିଲା ଅନ୍ୟପଟେ ଜୋକଭିକଙ୍କ ପ୍ରଶଂସକ ଏହି ଦୃଶ୍ୟକୁ ମନ ଭରି ଉପଭୋଗ କରୁଥିଲେ ।

ଏହି ପ୍ରକାର ବିଜୟଖୁସି ମନାଇବା ନେଇ ନିଜେ ଜୋକଭିକ ହିଁ ଖୁଲାସା କରିଥିଲେ ।

ଜୋକଭିକ କହିଥିଲେ,"ଯେତେବେଳେ ମୁଁ ସାନ ଥିଲି, ସବୁବେଳେ ୱିମ୍ବଲଡନ ବିଜୟୀ ହେବାକୁ ସ୍ବପ୍ନ ଥିଲା ଓ ବିଜୟରେ କିଛି ଭିନ୍ନ କରିବାକୁ ଚାହୁଁଥିଲି, କିଛି ବାସ୍ତବ ଚିନ୍ତା ମନକୁ ଆସିନଥିଲା, ପରେ କିଛି ଘାସ ଖାଇବା ଠିକ୍‌ ହେବ ବୋଲି ଭାବିଥିଲି ।"

ରବିବାର ୱିମ୍ବଲଡନ ଫାଇନାଲରେ ଇଟାଲିର ମାଟ୍ଟେଓ ବେରେଟିନିଙ୍କୁ 6-7(4), 6-4, 6-4, 6-3 ସେଟ୍‌ରେ ହରାଇ ଷଷ୍ଠ ୱିମ୍ବଲଡନ ଟ୍ରଫି ହାତେଇଛନ୍ତି।

ପୁରସ୍କାର ବିତରଣ ଉତ୍ସବରେ ଜୋକଭିକ କହିଥିଲେ, "ଦିନେ ସାତବର୍ଷର ଶିଶୁ ୱିମ୍ବଲଡନ ଟ୍ରଫି ପାଇଁ ନିଜ ରୁମ ଭିତରେ ହାତରେ କିଛି ବି ଧରି ପ୍ରସ୍ତୁତି କରୁଥିଲା, ଆଜି ଷଷ୍ଠ ୱିମ୍ବଲଡନ ଟ୍ରଫି ସହ ସମସ୍ତଙ୍କ ସାମ୍ନାରେ । ଏହି ସଫଳତମ ଯାତ୍ରା ଏଠାରେ ଶେଷ ହେବନି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details