ନ୍ୟୁୟର୍କ: ଚଳିତ ୟୁଏସ ଓପନର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ନୋଭାକ ଜୋକଭିକ୍ । କ୍ୟାଲେଣ୍ଡର ଇୟର ଗ୍ରାଣ୍ଡ ସ୍ଲାମ ପୂରଣ କରିବାକୁ ମାତ୍ର ୯ଟି ସେଟ୍ ଦୂରରେ ରହିଛନ୍ତି ଜୋକଭିକ୍ ।
ସର୍ବିଆନ ଟେନିସ ଷ୍ଟାର, ମଙ୍ଗଳବାର ବିଶ୍ବ ଟେନିସ ମାନ୍ୟତାର ୯୯ତମ ସ୍ଥାନରେ ଥିବା ଆମେରିକୀୟ ଜେନସନ ବ୍ରୁକସବାଏଙ୍କୁ ୧-୬, ୬-୩, ୬-୨, ୬-୨ ସେଟ୍ରେ ହରାଇଛନ୍ତି । ଏହି ମ୍ୟାଚ୍ ଦୁଇ ଘଣ୍ଟା ୫୮ ମିନିଟ୍ ଧରି ଖେଳାଯାଇଥିଲା । ପରବର୍ତ୍ତୀ ମ୍ୟାଚରେ ଜୋକଭିକ୍ ମାଟ୍ଟେଓ ବେରେଟ୍ଟିନିଙ୍କୁ ଭେଟିବେ ।