ଟୋକିଓ: ଚଳିତ ଟୋକିଓ ଅଲମ୍ପିକରେ ଇତିହାସ ରଚିଲେ ଟେନିସ ଷ୍ଟାର ଆଲେକଜାଣ୍ଡର ଜର୍ଭ । ପ୍ରଥମ ଜର୍ମାନ ଖେଳାଳି ଭାବେ ସିଙ୍ଗଲ୍ସ ଇଭେଣ୍ଟରେ ଅଲମ୍ପିକ ସ୍ବର୍ଣ୍ଣ ଜିତିବାର କିର୍ତ୍ତୀମାନ ହାସଲ କରିଛନ୍ତି ଜର୍ଭ ।
ସ୍ବର୍ଣ୍ଣ ପଦକ ମ୍ୟାଚ୍ରେ ଋଷିଆର କାରେନ ଖାଚାନୋଭଙ୍କୁ ୬-୩, ୬-୧ରେ ହରାଇଛନ୍ତି ଜର୍ଭ । ଖାଚାନୋଭଙ୍କୁ କୌଣସି ସୁଯୋଗ ଦେଇନଥିଲେ ଜର୍ମାନ ଟେନିସ ଷ୍ଟାର ଜର୍ଭ । ଆକ୍ରମଣାତ୍ମକ ରଣନୀତିରେ ସଂପୂର୍ଣ୍ଣ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ ସହ ସିଧାସଳକ ଦୁଇଟି ସେଟ୍ରେ ଜିତିନେଇଥିଲେ ।