ଓଡିଶା

odisha

ETV Bharat / sports

କଟକରେ ପୁଣି ଜମିଲା ଟେନିସ ଟୁର୍ଣ୍ଣାମେଣ୍ଟ

ଆଜି(ଶୁକ୍ରବାର)ଠୁ ଆରମ୍ଭ ହୋଇଛି ଓଏମ୍ସି -ସିଡିଟିଏ ଓଡିଶା ଓପନ ଟେନିସ ମୁକାବିଲା । 3 ଦିନ ବ୍ୟାପୀ ବାରବାଟୀ ଷ୍ଟାଡିୟମରେ ଥିବା ଟେନିସ ଆସୋସିଏସନରେ ମ୍ୟାଚ ଗୁଡିକ ଖେଳାଯିବ।

tennis-tournament-in-cuttack
କଟକରେ ପୁଣି ଜମିଲା ଟେନିସ ଟୁର୍ଣ୍ଣାମେଣ୍ଟ

By

Published : Dec 27, 2019, 2:47 PM IST

କଟକ: ସିଲ୍‌ଭର୍‌ ସିଟିରେ ପୁଣି ସ୍ପୋର୍ଟସ ଫିଭର । ଗୋଟିଏ ପରେ ଗୋଟିଏ ମେଗା ଇଭେଣ୍ଟ କଟକରେ ଅନୁଷ୍ଠିତ ହେଉଛି । ଯାହାକୁ ନେଇ ଉତ୍ସବ ମୁଖର କଟକ ସହର । ତେବେ ଆଜି(ଶୁକ୍ରବାର)ଠୁ ଆରମ୍ଭ ହୋଇଛି ଓଏମ୍ସି -ସିଡିଟିଏ ଓଡିଶା ଓପନ ଟେନିସ ମୁକାବିଲା । ଯାହା 3 ଦିନ ବ୍ୟାପି ବାରବାଟୀ ଷ୍ଟାଡିୟମରେ ଥିବା ଟେନିସ ଆସୋସିଏସନରେ ଖେଳାଯିବ ।

କଟକରେ ପୁଣି ଜମିଲା ଟେନିସ ଟୁର୍ଣ୍ଣାମେଣ୍ଟ

ତେବେ ସମୁଦାୟ ଦୁଇଟି ଜୁନିୟର ଓ ଭେଟେରାନ ବର୍ଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ଜୁନିୟର ଦଳରେ 74 ଜଣ ଖେଳାଳି ରହିଥିଲା ବେଳେ ଭେଟେରାନ ଦଳରେ 100 ଜଣ ଖେଳାଳି ରହିଛନ୍ତି । ବିଭିନ୍ନ ରାଜ୍ୟରୁ ଅନେକ ତାରକା ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଖେଳାଳି ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ଜାତୀୟସ୍ତରୀୟ ମ୍ୟାଚରେ ସୁଯୋଗ ଦିଆଯିବ ବୋଲି କହିଛନ୍ତି ଆସୋସିଏସନ ସହ ସମ୍ପାଦକ ସତ୍ୟଜିତ ମହାନ୍ତି ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details