ମେଲବର୍ଣ୍ଣ:ଅଡୁଆରେ ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକ । ଅଷ୍ଟ୍ରେଲିଆ ଓପନରେ ଅଂଶଗ୍ରହଣ କରିବା ପାଇଁ ଯାଉଥିବା ଜୋକଭିକଙ୍କୁ ଦେଶରେ ପ୍ରବେଶ କରିବାକୁ ମିଳିଲାନି ଅନୁମତି । ଅଷ୍ଟ୍ରେଲୀୟ ବିମାନବନ୍ଦରରେ ଗୋଟିଏ ଦିନ ତାଙ୍କୁ ଅଟକ ରହିବାକୁ ପଡିଛି । ଅଧିକାରୀମାନେ ତାଙ୍କୁ ଦୀର୍ଘ ଘଣ୍ଟା ବସାଇ ରଖିବା ସହ ଶେଷରେ ତାଙ୍କ ଭିସାକୁ ରଦ୍ଦ କରି ଦେଇଛନ୍ତି ।
ସର୍ବିୟାରୁ ଫୋନ ଯୋଗେଁ ତାଙ୍କୁ ଫୋନ୍ ଯୋଗେଁ ଯୋଗାଯୋଗ କରାଯାଉଛି । ଏପରିକି ପରିବାର ଲୋକଙ୍କ ସହିତ ରାଷ୍ଟ୍ରପତି ମଧ୍ୟ ଫୋନ୍ ଯୋଗେଁ କଥା ହୋଇଛନ୍ତି । ମେଲବର୍ଣ୍ଣ ବିମାନବନ୍ଦରରେ ଦେଶରେ ପ୍ରବେଶ ପାଇଁ ଅନୁମତି ଅପେକ୍ଷାରେ ରହିଛନ୍ତି ୯ ଥରର ଅଷ୍ଟ୍ରେଲିଆ ଓପନ ଚାମ୍ପିଅନ୍ । ଅଷ୍ଟ୍ରେଲିଆରେ ଜୋକଭିକଙ୍କୁ ବନ୍ଦୀ କରି ରଖାଯାଇଥିବା ତାଙ୍କର ମାଆ ଅଭିଯୋଗ କରିଛନ୍ତି । ଅନ୍ୟପଟେ ତାଙ୍କର ଫ୍ୟାନ୍ସମାନେ ପାର୍କ ହୋଟେଲ ବାହାରେ ପ୍ରଦର୍ଶନ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ବାରବାଟୀରେ BCCI ଟିମ, ଫେବୃଆରୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍
ନିଜର ଟିକାକରଣ ଷ୍ଟାଟସ ଦେଖାଇବାକୁ ଜୋକଭିକଙ୍କୁ ବିମାନବନ୍ଦରରେ କୁହାଯାଇଥିଲା, ମାତ୍ର ତାଙ୍କର ଉତ୍ତରରେ ଅଧିକାରୀମାନେ ସନ୍ତୁଷ୍ଟ ହୋଇନଥିଲେ । ଜୋକଭିଚ୍ଙ୍କୁ ମେଡିକାଲ ପ୍ରୋଟକଲର ସାମ୍ନା କରିବାକୁ ପଡ଼ିବ ନାହିଁ ବୋଲି ଅଷ୍ଟ୍ରେଲିଆ ସରକାର ପୂର୍ବରୁ କହିଥିବା ସେ ଇନଷ୍ଟାଗ୍ରାମରେ ଦାବି କରିଛନ୍ତି ।