ଓଡିଶା

odisha

ETV Bharat / sports

ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ସୁମିତ ନାଗଲ - ଟେନିସ ଖେଳାଳି ସୁମିତ ନାଗଲଙ୍କ ଖବର

ପୁରୁଷ ବିଭାଗରେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ । ଏହାକୁ ନେଇ ଅନ୍ତର୍ଜାତୀୟ ହକି ମହାସଂଘ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ...

ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ସୁମିତ ନାଗଲ
ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ସୁମିତ ନାଗଲ

By

Published : Jul 16, 2021, 11:05 PM IST

ନୂଆଦିଲ୍ଲୀ: ପୁରୁଷ ବିଭାଗରେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ । ଏହାକୁ ନେଇ ଅନ୍ତର୍ଜାତୀୟ ହକି ମହାସଂଘ ସୂଚନା ଦେଇଛି । ଜୁନ ୧୪ ତାରିଖ ବେଳକୁ ସୁମିତ ନାଗଲଙ୍କ ବିଶ୍ବ ରାଙ୍କିଂ ୧୪୪ ରହିଥିଲା । ଏହି ଆଧାରେ ତାଙ୍କୁ ଟୋକିଓ ଟିକଟ ଦିଆଯାଇଛି । ଫଳରେ ଟୋକିଓ ଅଲମ୍ପିକ୍ସ ଟେନିସ ଇଭେଣ୍ଟରେ ସିଙ୍ଗଲ୍ସ ଓ ଡବଲ୍ସରେ କୌଣସି ଭାରତୀୟଙ୍କୁ ଦେଖିବାକୁ ମିଳିବ ।

ସେପଟେ ୧୪୮ ମାନ୍ୟତା ଥିବାରୁ ଭାରତୀୟ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିନାହାନ୍ତି । କୋରୋନା ମହାମାରୀ ଭୟରେ ବହୁ ଟେନିସ ତାରାକ ଟୋକିଓ ଅଲମ୍ପିକ୍ସରୁ ଓହରି ଯାଇଛନ୍ତି । ଫଳରେ ଟୋକିଓ ଅଲମ୍ପିକ୍ସରେ ବହୁ ନୂଆ ଚେହେରା ଦେଖିବାକୁ ମିଳିପାରେ । ସେପଟେ ଡାହାଣ ଆଣ୍ଠୁରେ ଆଘାତ ଲାଗିବାରୁ ସେ ଅଲମ୍ପିକ୍ ଗେମ୍ସରୁ ଓହରି ଯାଇଛନ୍ତି ।

ସାନିଆ ମିର୍ଜା ଓ ଅଙ୍କିତା ରାଇନା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି । ସୁମିତ ନାଗଲଙ୍କୁ ନେଇ ବର୍ତ୍ତମାନ ଭାରତ ଅଲମ୍ପିକ୍ସରେ ଡବଲ୍ସ ଦଳ ପଡ଼ିଆକୁ ଓହ୍ଲାଇ ପାରେ । ତେବେ ଏହାକୁ ନେଇ ହକି ଇଣ୍ଡିଆ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details