ବେଙ୍ଗାଲୁରୁ: ଚଳିତ ବେଙ୍ଗାଲୁରୁ ଓପନ୍ ଫାଇନାଲର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଟେନିସ ଲେଜେଣ୍ଡ ଲିଆଣ୍ଡର ପେସଙ୍କୁ ସମ୍ମାନିତ କରାଯାଇଛି । ତେବେ ଘରୋଇ ମାଟିରେ ଏହା ଥିଲା ତାଙ୍କର ଶେଷ ଏଟିପି ଟୁର୍ଣ୍ଣାମେଣ୍ଟ । କିଛି ଅଲମ୍ପିଆନ ଓ ଦେଶର ଇଣ୍ଟନ୍ୟାସନାଲ ଖେଳାଳିମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ ।
ବେଙ୍ଗାଲୁରୁ ଓପନରେ ଲିଆଣ୍ଡର୍ ପେସଙ୍କୁ ସମ୍ବର୍ଦ୍ଧିତ - Leander Paes
ଚଳିତ ବେଙ୍ଗାଲୁରୁ ଓପନ୍ ଫାଇନାଲର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଟେନିସ ଲେଜେଣ୍ଡ ଲିଆଣ୍ଡର ପେସଙ୍କୁ ସମ୍ମାନିତ କରାଯାଇଛି ।
![ବେଙ୍ଗାଲୁରୁ ଓପନରେ ଲିଆଣ୍ଡର୍ ପେସଙ୍କୁ ସମ୍ବର୍ଦ୍ଧିତ tennis-legend-leander-paes-given-a-befitting-farewell-at-bengaluru-open](https://etvbharatimages.akamaized.net/etvbharat/prod-images/768-512-6093489-thumbnail-3x2-ajkas.jpg)
ବେଙ୍ଗାଲୁରୁ ଓପନରେ ଲିଆଣ୍ଡର୍ ପେସଙ୍କୁ ସମ୍ବର୍ଦ୍ଧିତ
ତେବେ ପେସ୍ ଓ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏଡବେନ୍ ଶନିବାର ଖେଳାଯାଇଥିବା ପୁରୁଷ ଡବଲ୍ସ ଫାଇନାଲରେ ପୂରବ ରାଜା ଓ ରାମକୁମାର ରାମନାଥନଙ୍କ ଠାରୁ ପରାସ୍ତ ହୋଇଥିଲେ । ଏହି ଅବସରରେ ପେସ କହିଥିଲେ, ଆପଣମାନେ ମୋତେ ଶିଖାଇଛନ୍ତି ଯେ କିପରି ଖେଳ ପ୍ରତି ଉତ୍କଣ୍ଠା, ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ଦ୍ୱାରା ଆମକୁ ସଫଳତା ହାସଲ କରିବାରେ ସହାୟତା ମିଳେ ।"