ଓଡିଶା

odisha

By

Published : Dec 20, 2020, 8:37 PM IST

ETV Bharat / sports

ବଦଳିବ ଟାଟା ଓପନ ମହାରାଷ୍ଟ୍ର ଟୁର୍ଣ୍ଣାମେଣ୍ଟ ସୂଚୀ

ଅଷ୍ଟ୍ରେଲିଆନ ଓପନ ଟୁର୍ଣ୍ଣାମେଣ୍ଟ ଆୟୋଜନ ସୂଚୀରେ ପରିବର୍ତ୍ତନ ଯୋଗୁଁ ଟାଟା ଓପନ ମହାରାଷ୍ଟ୍ର ଟୁର୍ଣ୍ଣାମେଣ୍ଟ ପ୍ରଭାବିତ । ଅଧିକ ପଢନ୍ତୁ...

Tata Open may be in second phase of year, organizers are in touch with ATP
ବଦଳିବ ଟାଟା ଓପନ ମହାରାଷ୍ଟ୍ର ଟୁର୍ଣ୍ଣାମେଣ୍ଟ ସୂଚୀ

ପୁଣେ: ମହାମାରୀ କୋଭିଡ-19 କାରଣରୁ ଆସନ୍ତାବର୍ଷ ହେବାକୁ ଥିବା ଅଷ୍ଟ୍ରେଲିଆନ ଓପନ ଟୁର୍ଣ୍ଣାମେଣ୍ଟ ଆୟୋଜନ ସୂଚୀରେ ପରିବର୍ତ୍ତନ ହୋଇଛି । ଫଳରେ ଟାଟା ଓପନ ମହାରାଷ୍ଟ୍ର ଟୁର୍ଣ୍ଣାମେଣ୍ଟ ପ୍ରଭାବିତ ହୋଇଛି । ଆସନ୍ତାବର୍ଷର ଅନ୍ତିମ ମାସ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଯୋଜନା କରୁଛନ୍ତି ଆୟୋଜକ ।

ମହାମାରୀ କାରଣରୁ ଏଟିପି କ୍ୟାଲେଣ୍ଡର ପ୍ରଭାବିତ ହୋଇଛି । ପୂର୍ବରୁ ଜାନୁଆରୀରେ ଅଷ୍ଟ୍ରେଲିଆନ ଓପନ ଆୟୋଜିତ ହେଉଥିଲା । ମାତ୍ର ଚଳିତ ଥର 21 ଫେବୃଆରୀ ମଧ୍ୟରେ ଖେଳାଯିବ ।

ଦକ୍ଷିଣ ଏସିଆର ଏକମାତ୍ର ଏଟିପି ଟୁର୍ଣ୍ଣାମେଣ୍ଟ ଟାଟା ଓପନ ମହାରାଷ୍ଟ୍ର ପ୍ରତିବର୍ଷ ଫେବୃଆରୀରେ ଆୟୋଜିତ ହେଉଛି । ମାତ୍ର ଏବେ 2021 ଅନ୍ତିମ 6 ମାସ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ସୂଚୀ ସ୍ଥିର ପାଇଁ ଏଟିପି ସହ ଆଲୋଚନା କରୁଛନ୍ତି ଆୟୋଜକ । ଏନେଇ ରବିବାର ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଆୟୋଜକଙ୍କ ମଧ୍ୟରୁ ସୂଚନା ଦିଆଯାଇଛି ।

ଗତ ଥର ଟାଟା ଓପନ ମହାରାଷ୍ଟ୍ରରେ ଜିରି ବାସଲେ ସିଙ୍ଗଲ୍ସ ଓ ଆନ୍ଦ୍ରେ ଗୋରାନସନ-କ୍ରିଷ୍ଟୋଫର ରଙ୍ଗଫାଟ ଡବଲ୍ସ ବର୍ଗରେ ଚମ୍ପିଆନ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details