ଓଡିଶା

odisha

ETV Bharat / sports

ବିଶ୍ବର ନଂ1 ଖେଳାଳି ଭାବେ ବର୍ଷର ସମାପ୍ତ କଲେ ନୋଭାକ ଜୋକୋଭିକ

ବିଶ୍ବର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିକ 6ଥର ପାଇଁ ବିଶ୍ବର ନଂ1 ଖେଳାଳି ଭାବେ ବର୍ଷର ସମାପ୍ତ କରିଛନ୍ତି । ଜୋକୋଭିକ ଏହା ପୂର୍ବରୁ 2011, 2012, 2014, 2015 ଓ 2018ରେ ଓ୍ବାର୍ଲ୍ଡ ନଂ-1 ଖେଳାଳିଭାବେ ବର୍ଷର ସମାପନ କରିଥିଲେ ।

By

Published : Nov 16, 2020, 10:42 PM IST

6ଷ୍ଠ ଥର ପାଇଁ ନୋଭାକ ଜୋକୋଭିକ ବର୍ଷର କଲେ ସମାପ୍ତ
6ଷ୍ଠ ଥର ପାଇଁ ନୋଭାକ ଜୋକୋଭିକ ବର୍ଷର କଲେ ସମାପ୍ତ

ଲଣ୍ଡନ: ବିଶ୍ବର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିକ 6ଥର ପାଇଁ ବିଶ୍ବର ନଂ1 ଖେଳାଳି ଭାବେ ବର୍ଷର ସମାପ୍ତ କରିଛନ୍ତି । ଟେନିସ ଇତିହାସରେ ଏପରି କରିଥିବାର ସେ ହେଉଛନ୍ତି 2ୟ ଖେଳାଳି । ଜୋକୋଭିକ ଏହା ପୂର୍ବରୁ 2011, 2012, 2014, 2015 ଓ 2018ରେ ଓ୍ବାର୍ଲ୍ଡ ନଂ-1 ଖେଳାଳିଭାବେ ବର୍ଷର ସମାପନ କରିଥିଲେ ।

ଏପରି ରେକର୍ଡ ହାସଲ କରି ସେ ଆମେରିକାର ପିଟ ସମ୍ପ୍ରାସଙ୍କ ସମକକ୍ଷ ହୋଇଛନ୍ତି ।

ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିକ 6ଥର ପାଇଁ ବିଶ୍ବର ନଂ1 ଖେଳାଳି ଭାବେ ବର୍ଷର ସମାପ୍ତ କରିଛନ୍ତି

ଜୋକୋଭିକ ଏବେ ଏଟିପି ଫାଇଲାଲ୍ସ ଖେଳୁଛନ୍ତି । ସେ ଏଟିପି ଓ୍ବେବସାଇଟରେ କହିଛନ୍ତି ଯେ, ମୁଁ ବହୁତ ଖୁସି ଅଛି । ଆମପାଇଁ 6ମାସ ବହୁତ ଆଶ୍ଚଯ୍ୟପ୍ରଦ ଥିଲା । ଅଗଷ୍ଟରୁ ସିଜନ ଆରମ୍ଭ କରିଛେ ।

ଏଥିସହ ସେ କହିଛନ୍ତି ଯେ, ରୋଜର ଫେଡରର 310 ସପ୍ତାହ ଯାଏଁ ନଂ 1 ସ୍ଥାନରେ ରହିଥିଲେ । ଏହି ରେକର୍ଡକୁ ଭାଙ୍ଗିବା ମୋର ଆଗାମୀ ଲକ୍ଷ୍ୟ ।

ଜୋକୋଭିକ ଯଦି ନଂ 1 ସ୍ଥାନରେ କ୍ରମାଗତ ଭାବରେ ରହିବେ । ତେବେ 8ମାର୍ଚ୍ଚକୁ ଫେଡରରଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହେବେ ।

ABOUT THE AUTHOR

...view details