ଓଡିଶା

odisha

ETV Bharat / sports

ବଧିର ଟେନିସ୍ ଖେଳାଳି ଜାଫ୍ରିନଙ୍କୁ କ୍ରୀଡା ମନ୍ତ୍ରଣାଳୟର ଆର୍ଥିକ ସହାୟତା - ଜାଫ୍ରିନଙ୍କୁ ଆର୍ଥିକ ସହାୟତା

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣକାରୀ ପାଣ୍ଠି(PDUNWFS)ରୁ 2.5 ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛି କ୍ରୀଡା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

Sports Ministry provides Rs 2.5 lakh financial assistance to deaf tennis player Jafreen
ବଧିର ଟେନିସ୍ ଖେଳାଳି ଜାଫ୍ରିନଙ୍କୁ କ୍ରୀଡା ମନ୍ତ୍ରଣାଳୟର ଆର୍ଥିକ ସହାୟତା

By

Published : Mar 11, 2021, 8:24 PM IST

ହାଇଦ୍ରାବାଦ: ବଧିର ଟେନିସ୍ ଖେଳାଳି ଜାଫ୍ରିନ ସାଇକଙ୍କୁ ସହାୟତାର ହାତ ବଢାଇଲା କ୍ରୀଡା ମନ୍ତ୍ରଣାଳୟ । କ୍ରୀଡାବିତଙ୍କ ପାଇଁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣକାରୀ ପାଣ୍ଠି(PDUNWFS)ରୁ 2.5 ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛି କ୍ରୀଡା ମନ୍ତ୍ରଣାଳୟ ।

ଚଳିତ ବର୍ଷ ଶେଷ ଭାଗରେ କିମ୍ବା ଆସନ୍ତା ବର୍ଷ ବ୍ରାଜିଲରେ ହେବାକୁ ଥିବା ବଧିର ଅଲମ୍ପିକ୍ସ ପାଇଁ ପ୍ରସ୍ତୁତିରେ ବାଧା ନ ଉପୁଜିବା ପାଇଁ ଏହି ନିଷ୍ପତ୍ତି ନେଇ ମନ୍ତ୍ରଣାଳୟ । ଜାଫ୍ରିନ ସ୍ବର୍ଣ୍ଣ ପଦକ ବିଜେତା ହେବା ନେଇ ଆଶା ରହିଛି ।

23 ବର୍ଷୀୟା ଜାଫ୍ରିନ 2017 ବଧିର ଅଲମ୍ପିକ୍ସରେ ପାର୍ଟନର ପୃଥୀ ଶେଖରଙ୍କ ସହ ମିକ୍ସ ଡବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ବଧିର ଅଲମ୍ପିକ୍ସରେ ଏହା ଟେନିସରେ ଭାରତର ପ୍ରଥମ ପଦକ ଥିଲା । 2013 ବଧିର ଅଲମ୍ପିକ୍ସରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details