ଓଡିଶା

odisha

ETV Bharat / sports

ୟୁଏସ ଓପନରୁ ଓହରିଲେ ଟେନିସ ଷ୍ଟାର ସିମୋନା ହେଲେପ - coronavirus concerns

କୋରୋନା ଭାଇରସ କାରଣରୁ ୟୁଏସ ଓପନରୁ ଓହରିଲେ ରୋମାନିଆର ଟେନିସ ଷ୍ଟାର ସିମୋନା ହେଲେପ ।

Simona Halep withdraws from US Open due to coronavirus concerns
ୟୁଏସ ଓପନରୁ ଓହରିଲେ ଟେନିସ ଷ୍ଟାର ସିମୋନା ହେଲେପ

By

Published : Aug 17, 2020, 7:25 PM IST

ହାଇଦ୍ରାବାଦ: ୟୁଏସ ଓପନରୁ ଓହରିଲେ ରୋମାନିଆର ଟେନିସ ଷ୍ଟାର ସିମୋନା ହେଲେପ । କୋରୋନା ଭାଇରସ କାରଣରୁ ଏହି ମେଗା ଟୁର୍ଣ୍ଣାମେଣ୍ଟରୁ ସେ ଓହରିଥିବା ଜଣାପଡିଛି । ଏନେଇ ସୋମବାର ସିମୋନା ଘୋଷଣା କରିଛନ୍ତି ।

ଫଳରେ ୟୁଏସ ଓପନରେ ଅଂଶଗ୍ରହଣ କରିବା ପାଇଁ ସେ ନ୍ୟୁୟର୍କ ସିଟି ଯାତ୍ରା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ବିଶ୍ବ ଟେନିସ ମାନ୍ୟତାର 2ନଂ ସ୍ଥାନରେ ଥିବା ସିମୋନା ଟ୍ବିଟ ଯୋଗେ ୟୁଏସ ଓପନରୁ ଓହରିବା ନେଇ ଘୋଷଣା କରିଛନ୍ତି ।

ଦିନକ ପୂର୍ବରୁ ପାରାଗୁଏ ଓପନ ଟାଇଟେଲ ବିଜେତା ହୋଇଥଲେ ସିମୋନା ହେଲେପ । ପାରାଗୁଏ ଓପନ ଫାଇନାଲ ମୁକାବିଲାରେ ସେ ଏଲିସ ମାର୍ଟିନସଙ୍କୁ 6-2, 7-5 ରେ ହରାଇଥିଲେ ।

ୟୁଏସ ଓପନ ଅଗଷ୍ଟ 31ରୁ ସେପ୍ଟେମ୍ବର 12ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details