ଓଡିଶା

odisha

ETV Bharat / sports

'ରୋଜର ଫେଡେରର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି'

ଟେନିସ ଷ୍ଟାର ରୋଜର ଫେଡେରର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି। ଏହା କହିଛନ୍ତି ଲିଆଣ୍ଡର ପେସ୍‌। ଅଧିକ ଖବର ପଢନ୍ତୁ...

By

Published : Feb 7, 2020, 1:32 PM IST

Roger Federer greatest player
ରୋଜର ଫେଡେରର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି

ହାଇଦ୍ରାବାଦ: ଟେନିସ ଷ୍ଟାର ରୋଜର ଫେଡେରର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି । ଏହା କହିଛନ୍ତି ଲିଆଣ୍ଡର ପେସ୍‌ । ଟେନିସ କୋର୍ଟରେ ଦମଦାର ପ୍ରଦର୍ଶନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ରୋଜର ଫେଡେରର ।

ସ୍ବିଜରଲାଣ୍ଡର ଏହି ଖେଳାଳି ବିଶ୍ବର ଅନ୍ୟ ଟେନିସ ଖେଳାଳିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଲିଆଣ୍ଡର ପେସ୍‌ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ମାତ୍ର ଅଳ୍ପ କିଛି ଟୁର୍ଣ୍ଣାମେଣ୍ଟ ଖେଳି ସେ ଅବସର ନେଇପାରନ୍ତି । ତେବେ ରୋଜର ଫେଡେରରଙ୍କୁ ଲିଆଣ୍ଡର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ବୋଲି ସମ୍ବୋଧିତ କରିଛନ୍ତି ।

ନଜର ପକାନ୍ତୁ: ରୋଜର ଫେଡେରରଙ୍କ ଟେନିସ କ୍ୟାରିୟରରେ କିଛି ସ୍ମରଣୀୟ ସଫଳତା ଉପରେ:
ଅଷ୍ଟ୍ରେଲିଆ ଓପନ ଟାଇଟେଲ: 2004, 2006, 2007, 2010, 2017, ଓ 2018 ।
ଫ୍ରେଞ୍ଚ ଓପନ ଟାଇଟେଲ: 2009
ୱିମ୍ବଲଡନ: 2003, 2004, 2004, 2006, 2007, 2009, 2012, 2017 ।

ୟୁଏସ ଓପନ: 2004, 2005, 2006, 2007, 2008 ।

ଏଥିସହିତ 2008 ବେଜିଂ ଅଲମ୍ପିକ୍ସରେ ଡବଲ୍ସ ବର୍ଗରେ ସ୍ବର୍ଣ୍ଣ ଓ 2012 ଲଣ୍ଡନ ଅଲମ୍ପିକ୍ସରେ ସିଙ୍ଗଲ୍ସ ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ରୋଜର ଫେଡେରର ।

ABOUT THE AUTHOR

...view details