ଓଡିଶା

odisha

ETV Bharat / sports

କୋରୋନା ସହାୟତା: ଫେଡରର ଦାନ କଲେ 8କୋଟି ଟଙ୍କା

କୋରୋନା ସହାୟତଙ୍କ ପାଇଁ 8 କୋଟିର ଆର୍ଥିକ ରାଶି ଦାନ କରିଛନ୍ତି ଲୋକପ୍ରିୟ ଟେନିସ ତାରକା ରୋଜର ଫେଡରର । ସେ କହିଛନ୍ତି ଏହି ସଙ୍କଟ ସମୟରେ କେହି ପଛରେ ରହି ନଯାଆନ୍ତୁ ।

By

Published : Mar 26, 2020, 7:36 PM IST

roger-federer-and-wife-donate-one-million-swiss-francs-to-vulnerable-families-in-switzerland
କୋରୋନା ସହୟତା: ଫେଡରର ଦାନ କଲେ 8କୋଟି ଟଙ୍କା

ଜ୍ୟୁରିକ: ଲୋକପ୍ରିୟ ଟେନିସ ତାରକା ରୋଜର ଫେଡରରଙ୍କ ଖେଳରେ ଦୁନିଆ ମନ୍ତ୍ରମୁଗ୍ଧ । ଆଜି ତାଙ୍କ କାମରେ ଲୋକଙ୍କ ହୃଦୟ ଜିଣି ନେଇଛନ୍ତି । 20ଥରର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ଫେଡରର ଓ ତାଙ୍କ ପତ୍ନୀ ମିର୍କା କୋରୋନା ଭାଇରାସ ମହାମାରୀ ସହ ଲଢିବା ପାଇଁ 8କୋଟି ଟଙ୍କାର ଦାନ କରିଛନ୍ତି । ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି ଯେ, ସ୍ବିଜରଲାଣ୍ଡରେ ସହାୟତା ଲୋଡୁଥିବା ପରିବାରଙ୍କୁ ସାହାଯ୍ୟ ।

ଫଟୋ ସୌଜନ୍ୟ:ଟ୍ବିଟର@rogerfederer

ସୂଚନାଥାଉକି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ମୁତାବକ କୋରୋନା ଭାଇରାସ ସଂକ୍ରମିତ ଦେଶମାନଙ୍କ ମଧ୍ୟରେ ନବମ ସ୍ଥାନରେ ସ୍ବିଜରଲ୍ୟାଣ୍ଡ ରହିଛି ।

ପତ୍ନୀଙ୍କ ସହ ଫେଡରର

ଫେଡରର ନିଜ ପୋଷ୍ଟରେ ଲେଖିଛନ୍ତି, ବର୍ତ୍ତମାନର ସମୟ ସମସ୍ତଙ୍କ ପାଇଁ ବେଶ୍‌ ଚ୍ୟାଲେଞ୍ଜ ମୁହୂର୍ତ୍ତ । ଏହି ସମୟରେ କେହି ପଛରେ ନ ରୁହନ୍ତୁ । ମିର୍କା ଓ ମୁଁ ସ୍ବିଜରଲ୍ୟାଣ୍ଡର ସମସ୍ତ ଗରିବ ପରିବାରଙ୍କ ପାଇଁ 10ଲକ୍ଷ ସ୍ବିସ ପ୍ରେଙ୍କ ଦାନ କରିବାର ନିଷ୍ପତ୍ତି ନେଉଛୁ ।

ଆହୁରି ମଧ୍ୟ ସେ କହିଛନ୍ତି, ଆମର ଯୋଗଦାନ ଖାଲି ଆରମ୍ଭ । ଆଶା ଅଛି ଅନ୍ୟମାନେ ବି ସହୟାତା ଲୋଡୁଥିବା ପରିବାରର ସାହାଯ୍ୟ କରିବେ । ସମସ୍ତେ ମିଶି କି ଏହି ସଙ୍କଟରୁ ପାର ହୋଇପାରିବା । ସମସ୍ତେ ସୁସ୍ଥ ରୁହ ।

ସୂଚନାଥାଉକି, ସ୍ବିଜରଲ୍ୟାଣ୍ଡରେ କୋରୋନା ଭାଇରସରେ ପ୍ରାୟ 8ହଜାରରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ଅଛନ୍ତି । ଏହି ଦେଶରେ 5ରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ABOUT THE AUTHOR

...view details