ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆନ ଓପନ: କ୍ବାର୍ଟର ଫାଇନାଲରେ ପହଞ୍ଚିଲେ ନାଡାଲ-ମେଦବେଦେବ - ଅଷ୍ଟ୍ରେଲିଆନ ଓପନରେ ନାଡାଲ

ଅଷ୍ଟ୍ରେଲିଆନ ଓପନର କ୍ବାର୍ଟର ଫାଇନାଲରେ ପହଞ୍ଚିଲେ ସ୍ପେନର ରାଫେଲ ନାଡାଲ। ଦୁଇ ଘଣ୍ଟା 16 ମିନିଟ ଧରି ଚାଲିଥିବା ଏହି ମ୍ୟାଚକୁ 3ଟି ସେଟରେ ଜିତି ନେଇଛନ୍ତି ନାଦାଲ। ଅଧିକ ପଢ଼ନ୍ତୁ...

rafel nadal and Daniil Medvedev reached to quarter final of australian open
ଅଷ୍ଟ୍ରେଲିଆନ ଓପନ: କ୍ବାର୍ଟର ଫାଇନାଲରେ ପହଞ୍ଚିଲେ ନାଡାଲ ଓ ମେଦବେଦେବ

By

Published : Feb 15, 2021, 7:06 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନର କ୍ବାର୍ଟର ଫାଇନାଲରେ ପହଞ୍ଚିଲେ ସ୍ପେନର ରାଫେଲ ନାଡାଲ। ବିଶ୍ବର ଟେନିସ ଖେଳାଳି ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିବା ରାଫେଲ ନାଦାଲ ଅଷ୍ଟ୍ରେଲିଆ ଓପନର ଚତୁର୍ଥ ରାଉଣ୍ଡରେ ଇଟାଲୀର ଫାବିୟୋ ଫୋଗନିନୀଙ୍କୁ ପରାଜିତ କରିଛନ୍ତି। ଦୁଇ ଘଣ୍ଟା 16 ମିନିଟ ଧରି ଚାଲିଥିବା ଏହି ମ୍ୟାଚକୁ 3ଟି ସେଟରେ ଜିତି ନେଇଛନ୍ତି ନାଡାଲ।

ଲଗାତାର 3ଟି ସେଟରେ ନାଡାଲ 6-3, 6-4 ଓ 6-2 ସେଟରେ ଇଟାଲୀର ଫାବିୟୋ ଫୋଗନିନୀଙ୍କୁ ଦେଇଛନ୍ତି। ଏହାସହ ସେ 13ତମ ଥର ପାଇଁ ଓଷ୍ଟ୍ରେଲିଆ ଓପନର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ରାଫେଲ ନାଡାଲ। 2009 ମସିହାରେ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାତେଇବାରେ ସକ୍ଷମ ହୋଇଥିଲେ ନାଡାଲ। କ୍ବାର୍ଟର ଫାଇନାଲରେ ସେ ଗ୍ରୀସର ଷ୍ଟେଫାନୋସ ସିତସିପାସଙ୍କୁ ଭେଟିବେ। ଦୁହିଁଙ୍କ ମଧ୍ୟରେ ଯେ କେହି ବି ବିଜୟୀ ଲାଭ କରିବେ ସେ ସେମିଫାଇନାଲ ନକଆଉଟକୁ ଉନ୍ନିତ ହେବେ।

ସେପଟେ ପୁରୁଷ ଫାଇନାଲର ଅନ୍ୟ ଏକ ମୁକାବିଲାରେ ବିଶ୍ବର ରାଙ୍କିଂର ଚୁତୁର୍ଥ ସ୍ଥାନରେ ଥିବା ଋଷିଆର ଡାନିଲ ମେଦବେଦେବ ମଧ୍ୟ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଆମେରିକାର ମ୍ୟାକେଞ୍ଜି ମ୍ୟାକଡୋନାଲ୍ଡଙ୍କୁ ମାତ୍ ଦେଇଛନ୍ତି। ଏକ ଘଣ୍ଟା 29 ମିନିଟ ଧର ଚାଲିଥିବା ଏହି ମ୍ୟାଚକୁ 3ଟି ସେଟରେ ଜିତି ନେଇଥିଲେ ଡାନିଲ ମେଦବେଦେବ। ଲଗାତାର 3ଟି ସେଟରେ ଡାନିଲ 6-4, 6-2 ଓ 6-3ରେ ବିଜୟୀ ହୋଇଛନ୍ତି।

କ୍ବାର୍ଟର ଫାଇନାଲରେ ସେ ଆନ୍ଦ୍ରେ ରୁବଲେବଙ୍କୁ ଭେଟିବେ। ସେପଟେ ଆନ୍ଦ୍ରେ ରୁବଲେବ ନରୱେର କ୍ୟାସପର ରୁଡଙ୍କୁ ପରାଜିତ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

@ians

ABOUT THE AUTHOR

...view details