ନ୍ୟୁୟର୍କ:ଇତିହାସ ରଚିଲେ ବ୍ରିଟିଶ ଯୁବ ମହିଳା ଟେନିସ ଷ୍ଟାର ଏମ୍ମା ରାଦୁକାନୁ । ମହିଳା ୟୁଏସ ଓପନର ନୂଆ ତାଜ୍ ପିନ୍ଧିଛନ୍ତି ରାଦୁକାନୁ । ଫାଇନାଲରେ ୧୯ ବର୍ଷୀୟା ଲେଲା ଫର୍ନାଣ୍ଡିଜଙ୍କୁ ୬-୪, ୬-୩ ସେଟ୍ରେ ହରାଇ ଚମ୍ପିଆନ ହୋଇଛନ୍ତି ।
ଗତ ମାସରେ ୧୫୦ତମ ମାନ୍ୟତା ସହିତ ନ୍ୟୁୟର୍କ ପହଞ୍ଚିଥିଲେ ଓ କେବଳ ଗୋଟିଏ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ମାତ୍ର ଅବିଶ୍ବସନୀୟ ପ୍ରଦର୍ଶନ ସହିତ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ହାତେଇଛନ୍ତି ୧୮ ବର୍ଷୀୟା ଯୁବ ବ୍ରିଟିଶ ଟେନିସ ଷ୍ଟାର ।
ବର୍ଷ ୨୦୧୪ ସେରେନା ୱିଲିୟମସଙ୍କ ପରେ ବିନାକୌଣସି ସେଟ୍ ହରାଇ ୟୁଏସ ଓପନ ଟାଇଟେଲ ବିଜୟୀ ହୋଇଥିବା ପ୍ରଥମ ମହିଳା ହୋଇଛନ୍ତି ରାଦୁକାନୁ । ଏଥିସହ ୧୭ ବର୍ଷରେ ୨୦୦୪ ୱିମ୍ବଲଡନ ଜିତିଥିବା ରୁଷିଆର ମାରିଆ ସାରାପୋଭାଙ୍କ ପରେ ସର୍ବକନିଷ୍ଠ ଗ୍ରାଣ୍ଡସ୍ଲାମ ଚମ୍ପିଆନ ମଧ୍ୟ ହୋଇଛନ୍ତି ।