ନ୍ୟୁୟର୍କ:କାନାଡାର ଯୁବ ମହିଳା ଟେନିସ ଖେଳାଳି ଲେଲା ଫର୍ଣ୍ଣାଣ୍ଡିଜ୍ ନିଜର ବିଜୟୀ ପ୍ରଦର୍ଶନ ଜାରି ରଖିବା ସହ ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ଆରୟନା ସବାଲେଙ୍କାଙ୍କୁ ଏକ ରୋମାଞ୍ଚକର ମୁକାବିଲାରେ ୭-୬(୩), ୪-୬ ଓ ୬-୪ରେ ହରାଇଛନ୍ତି । ଏଥିସହ ପ୍ରଥମ ଥରପାଇଁ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।
ଫାଇନାଲରେ ଲେଲାଙ୍କ ମୁକାବିଲା ୧୮ ବର୍ଷୀୟା ଏମ୍ମା ରାଦୁକାନୁଙ୍କ ସହ ହେବ । ସେ ସେମିରେ ମାରିଆ ସକାରିଙକୁ ୬-୧ ୬-୪ ସେଟ୍ରେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଛନ୍ତି । ରାଦୁକାନୁ ମଧ୍ୟ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିଛନ୍ତି ।