ଓଡିଶା

odisha

ETV Bharat / sports

17ରୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ, ତୟାର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ - cuttack

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jul 6, 2019, 12:10 AM IST

କଟକ: ଆସନ୍ତା ଜୁଲାଇ 17ରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା । କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହା ଖେଳାଯିବ । ଏହାକୁ ନେଇ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଏମସି କମିଶନର ଏହି କାର୍ଯ୍ୟର ତର୍ଜମା କରିଛନ୍ତି । ଏହି ମେଗା ଇଭେଣ୍ଟର ପରିଚାଳନାର ଗୁରୁ ଦାୟିତ୍ବ ବହନ କରୁଛି କଟକ ମୁନିସପାଲ କର୍ପୋରେସନ ବା ସିଏମସି । ତେବେ ଖେଳ ଆରମ୍ଭ ହେବା ପୂର୍ବରୁ ସହରକୁ ଏକ ନୂଆ ରୂପରେ ଆଣିବାକୁ ମନସ୍ତ କରିଛି ସିଏମସି । ଏହି ପ୍ରତିଯୋଗିତାରେ 14ଟି ବିଦେଶୀ ଦଳ ଭାଗ ନେଉଛନ୍ତି । ଯାହାକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ପୂର୍ବରୁ ଏହି ଷ୍ଟାଡିଅମରେ ସିନିୟର ଅନ୍ତରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା ହୋଇସାରିଛି । ଯାହା ଫ୍ୟାନ୍ସ ମାନଙ୍କ ମନକୁ ବେଶ ଛୁଇଁଛି । ଏହା ସହିତ ଏହି ମେଗା ଇଭେଣ୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ କ୍ରୀଡା ସଚିବ ଓ ଟେବୁଲ ଟେନିସ ରାଜ୍ୟ ସଭାପତି ଘନ ଘନ ଇଣ୍ଡୋର ଭ୍ରମଣ କରୁଛନ୍ତି । ଏହି ମେଗା ଆୟୋଜନ ପାଇଁ ଆସୋସିଏସନ ପୁରା ପ୍ରସ୍ତୁତ ରହିଛି । ହାତରେ ସମୟ ଥାଇ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ରୂପେ ନବୀକରଣ କରାଯିବ ବୋଲି କହିଛନ୍ତି ସଂଘ ସମ୍ପାଦକ ରବୀନ୍ଦ୍ର ପରିଡା ।

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ମୁକାବିଲା ପାଇଁ ସିଏମସି ମୁଣ୍ଡରେ ଗୁରୁ ଦାୟିତ୍ବ । ତେବେ ଜୁଲାଇ 10ପୂର୍ବରୁ କଟକର ପ୍ରମୁଖ ସ୍ଥାନ ଯେପରିକି ଡିଅର ପାର୍କ ରୋଡ଼ ଗଡ଼ଖାଇ ଅଞ୍ଚଳ ଓ ଷ୍ଟାଡିୟମର ଚତୁପାର୍ଶ୍ବରେ ପରିମଳ ବ୍ୟବସ୍ଥା ସଠିକ ହେବ ସେ ଦିଗରେ ବେଶ ଯତ୍ନବାନ ରହିଛି ସିଏମସି । ତେବେ ଆଉ ମାତ୍ର କିଛି ଦିନ ମଧ୍ୟରେ ସମସ୍ତ ସ୍ଥିତି ସୁଧୁରିଯିବ ଓ ପରିମଳ କ୍ଷେତ୍ରରେ କଟକ କୁ ସାରା ବିଶ୍ୱ ଦେଖିବ ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡାକୁ ରହିଛି ଆଉ ଅଳ୍ପ ଦିନ । ତେବେ ଦେଖିବାକୁ ବାକିରହିଲା ସିଏମସି ତାର ଗୁରୁ ଦାୟିତ୍ବ କିପରି ଢ଼ଙ୍ଗରେ ସମ୍ପାଦନ କରୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details