କ୍ୟାରି: ଭାରତର ଡେଭିସ କପ୍ ଖେଳାଳି ପ୍ରଜନେଶ ଗୁଣେଶ୍ବରନ ଏଟିପି ଚ୍ୟାଲେଞ୍ଜର ଫାଇନାଲରେ ପରାସ୍ତ ହୋଇଛନ୍ତି । ଆଟଲାଣ୍ଟିକ୍ ଟାଇର ଚାମ୍ପିଅନସିପ୍ (Atlantic Tire Championships)ର ଫାଇନାଲରେ ଡେନିସ କୁଡଲାଙ୍କ ଠାରୁ 6-3, 3-6, 0-6ସେଟ୍ରେ ପରାସ୍ତ ହୋଇଛନ୍ତି ପ୍ରଜନେଶ ।
ଏଟିପି ଚ୍ୟାଲେଞ୍ଜର ଫାଇନାଲରେ ହାରିଲେ ପ୍ରଜନେଶ ଗୁଣେଶ୍ବରନ - tennis player prajnesh
ଆଟଲାଣ୍ଟିକ୍ ଟାଇର ଚାମ୍ପିଅନସିପ୍ର ଫାଇନାଲରେ ଡେନିସ କୁଡଲାଙ୍କ ଠାରୁ 6-3, 3-6, 0-6ସେଟ୍ରେ ପରାସ୍ତ ହୋଇଛନ୍ତି ପ୍ରଜନେଶ ଗୁଣେଶ୍ବରନ ।
ଏଟିପି ଚ୍ୟାଲେଞ୍ଜର ଫାଇନାଲରେ ହାରିଲେ ପ୍ରଜନେଶ ଗୁଣେଶ୍ବରନ
ରବିବାର ଦିନ ଏଟିପି ଚ୍ୟାଲେଞ୍ଜର ପୁରୁଷ ଏକକ ଫାଇନାଲ ମ୍ୟାଚ ଏକଘଣ୍ଟା 33ମିନିଟ୍ ଧରି ଚାଲିଥିଲା । ପ୍ରଥମ ସେଟ୍ରେ ବିଶ୍ବର 146ନଂର ଖେଳାଳି ପ୍ରଜନେଶ ଫାଇନାଲର ପ୍ରଥମ ସେଟ୍ ନିଜ ନାଁରେ କରିଥିଲେ । କିନ୍ତୁ ବାମହାତୀ ଭାରତୀୟ ଖେଳାଳି 2ୟ ସେଟ୍ରେ ନିଜର ଲୟ ହରାଇ 3-6ସେଟ୍ରେ ପରାଜୟ ହୋଇଥିଲେ । 3ୟ ସେଟ୍ରେ ବି 0-6ରେ ପରାସ୍ତ ହୋଇ ଟାଇଟଲ ହାସଲ କରିବାରେ ବିଫଳ ହୋଇଥିଲେ ।
ତେବେ ପ୍ରଜନେଶ ଗୁଣେଶ୍ବରନଙ୍କ ଏହା 7ମ ଚ୍ୟାଲେଞ୍ଜର ଫାଇନାଲ ଥିଲା । ସେ ମାତ୍ର 2ଟି ଫାଇନାଲରେ ବିଜୟୀ ହୋଇଛନ୍ତି ।