ଓଡିଶା

odisha

ETV Bharat / sports

ଏଟିପି ମାନ୍ୟତାରେ ପ୍ରଜନେଶ 84ତମ ସ୍ଥାନକୁ ଉନ୍ନୀତ - ପ୍ରଜନେଶ

ଏଟିପିର ନୂଆ ର୍ୟାଙ୍କିଙ୍ଗ୍ ତାଲିକାରେ ଟେନିସ୍ ଖେଳାଳି ପ୍ରଜନେଶ ଗୁଣେଶ୍ବରନ ଏହି ତାଲିକାରେ 84ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ 2ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୟୁକି ଭାଂଓ୍ୱରୀ ଶୀର୍ଷ 200 ଖେଳାଳି ତାଲିକାରୁ ବାଦ୍ ପଡିଛନ୍ତି ।

ଫାଇଲ ଫଟୋ

By

Published : Mar 19, 2019, 5:06 PM IST

ନୂଆଦିଲ୍ଲୀ: ଏଟିପିର ନୂଆ ର୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶିତ ହୋଇଛି । ପୂର୍ବରୁ ଏଟିପି ମାଷ୍ଟର୍ସ 1000 ଟୁର୍ଣ୍ଣାମେଣ୍ଟରେ ନିଜ ଠାରୁ ଉଚ୍ଚ ର୍ୟାଙ୍କର ଖେଳାଳିଙ୍କୁ ହରାଇ 3ୟ ପର୍ଯ୍ୟାୟ ଯାଏଁ ଯାଇଥିବା ଭାରତୀୟ ଟେନିସ୍ ଖେଳାଳି ପ୍ରଜନେଶ ଗୁଣେଶ୍ବରନ ଏହି ତାଲିକାରେ 84ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ 2ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୟୁକି ଭାଂଓ୍ୱରୀ ଶୀର୍ଷ 200 ଖେଳାଳି ତାଲିକାରୁ ବାଦ୍ ପଡିଛନ୍ତି ।

ଇଣ୍ଡିଆନ ଓ୍ବେଲ୍ସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଜନେସ୍ 61 ଅଙ୍କ ହାସଲ କରିଛନ୍ତି । ଫଳରେ ଏବେ 13ଟି ସ୍ଥାନର ଲାଭ ହୋଇଛି । ତେଣୁ ସେ ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ର୍ୟାଙ୍କିଙ୍ଗ 84ତମ ପ୍ରାପ୍ତ କରିଛନ୍ତି ।

ଖବରମୁତାବକ, ୟୁକି ଭାଂବରୀ ଶୀର୍ଷ 200 ଖେଳାଳି ତାଲିକାରୁ ବାଦ୍ ପଡି ବର୍ତ୍ତମାନ 207ତମ ସ୍ଥାନରେ ରହିଛନ୍ତି । ସେହିପରି ରାମନାଥନ ନିଜର ର୍ୟାଙ୍କିଙ୍ଗରୁ 3ତମ ସ୍ଥାନକୁ ଖସି 139 ନମ୍ବରରେ ରହିଛନ୍ତି । ଶଶି କୁମାର ମୁକୁନ୍ଦ 2ଟି ସ୍ଥାନ ଆଗକୁ ଆସି 268ନମ୍ବରରେ ରହିଛନ୍ତି ।

ABOUT THE AUTHOR

...view details