ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ନିଜର ମାସିକିଆ କାର୍ଯ୍ୟକ୍ରମ 'ମନ କି ବାତ'ରେ ଡାନିଏଲ ମେଡଭେଡେଭଙ୍କୁ ପ୍ରଶଂସା କରିଛନ୍ତି । ୟୁଏସ ଓପନ ଫାଇନାଲରେ ଭେଟେରାନ ଟେନିସ ଷ୍ଟାର ରାଫେଲ ନାଡାଲଙ୍କୁ ହରାଇଥିଲେ ମେଡଭେଡେଭ । ଏଥିସହିତ ଏହି ଯୁବ ରୁଷିଆ ଟେନିସ ଷ୍ଟାର , ୟୁଏସ ଓପନ ଟାଇଟଲ ବିଜୟୀ ହୋଇ ଇତିହାସ ରଚିଥିଲେ ।
ମୋଦିଙ୍କ 'ମନ କି ବାତ୍'ରେ ମେଡଭେଡେଭ, କେମିତି ଥିଲା ସେ ଭାଷଣ - Modi lauds Medvedev
ପ୍ରଧାନମନ୍ତ୍ରୀ ମୋଦି ନିଜର ମାସିକିଆ କାର୍ଯ୍ୟକ୍ରମ 'ମନ କି ବାତ'ରେ ୟୁଏସ ଓପନ ଟାଇଟଲ ବିଜୟୀ ଡାନିଏଲ ମେଡଭେଡେଭଙ୍କୁ ପ୍ରଶଂସା କରିଛନ୍ତି ।
ଡିଜାଇନ ଫଟୋ
ତେବେ ବିଜୟ ପରେ ମେଡଭେଡେଭଙ୍କ ଭାଷଣ ପ୍ରେରଣା ଦାୟକ ଥିଲା । ଖେଳୁଆଡ ମନୋଭାବ ସହିତ ସେ ରାଫେଲ ନାଡାଲଙ୍କୁ ତାଙ୍କ ପସନ୍ଦର ଖେଳାଳି ବୋଲି କହିଥିଲେ । ଉପସ୍ଥିତ ଦର୍ଶକଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ମେଡଭେଡେଭ କହିଥିଲେ ନାଡାଲ ଜିତନ୍ତୁ ବୋଲି ସମସ୍ତେ ଆଶା କରୁଥିଲେ, ମାତ୍ର ସେ ସମସ୍ତଙ୍କ ମନରେ ଦୁଃଖ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ମେଡଭେଡେଭଙ୍କ ଏହି ମାନବିକତା ଓ ସରଳତାକୁ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି ଏହିଭାଷଣ ଦ୍ବାରା ବିଶ୍ବର ଅନେକ ହୃଦୟରେ ସ୍ଥାନ ପାଇଛନ୍ତି ମେଡଭେଡେଭ ।