ଓଡିଶା

odisha

ETV Bharat / sports

ୟୁଏସ ଓପନ 2020: ପ୍ରି-କ୍ବାର୍ଟର୍ସରେ ଜୋକୋଭିକ, କ୍ବିତୋଭା - ପ୍ରି-କ୍ବାର୍ଟର୍ସରେ ଜୋକୋଭିକ

ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିକ ପୁରୁଷ ଏକକ ବର୍ଗରେ ଓ ପେଟ୍ରା କ୍ବିତୋଭା ମହିଳା ଏକକ ବର୍ଗରେ ୟୁଏସ ଓପନ 2020ର ପ୍ରି-କ୍ବାର୍ଟର୍ସରେ ପହଁଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ...

Novak Djokovic, Perta Kvitova, Djokovic and Kvitova in pre-quarters of US Open, US Open 2020, ୟୁଏସ ଓପନ 2020, ପ୍ରି-କ୍ବାର୍ଟର୍ସରେ ଜୋକୋଭିକ, ପେଟ୍ରା କ୍ବିତୋଭା
ୟୁଏସ ଓପନ 2020: ପ୍ରି-କ୍ବାର୍ଟର୍ସରେ ଜୋକୋଭିକ, କ୍ବିତୋଭା

By

Published : Sep 5, 2020, 12:32 PM IST

ୱାଶିଂଟନ: ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିକ ଓ ପେଟ୍ରା କ୍ବିତୋଭା ୟୁଏସ ଓପନରେ ତୃତୀୟ ପର୍ଯ୍ୟାୟ ମ୍ୟାଚ ଜିତିବା ପରେ ଅନ୍ତିମ 16ରେ ନିଜର ସ୍ଥାନ ପକ୍କା କରିଛନ୍ତି ।

ପୁରୁଷ ଏକକ ବର୍ଗ ଜୋକୋଭିକ ଜେନ-ଲେନାର୍ଡ ଷ୍ଟ୍ରଫଙ୍କୁ 6-3. 6-3, 6-1 ସେଟରେ ପରାସ୍ତ କରିଛନ୍ତି । ଶୁକ୍ରବାର ଏହି ମ୍ୟାଚ ଆର୍ଥର ଆଶ ଷ୍ଟାଡିୟମରେ 1 ଘଣ୍ଟା 42 ମିନିଟ ଧରି ଚାଲିଥିଲା ।

ମ୍ୟାଚ ପରେ ଜୋକୋଭିକ କହିଛନ୍ତି, ‘‘ମୋ ପକ୍ଷରୁ ଏହା ଏକ ଭଲ ପ୍ରଦର୍ଶନ ଥିଲା । ମୁଁ ତାଙ୍କ ସର୍ଭକୁ ବୁଝିବାରେ ସମର୍ଥ ହେଲି । ଯାହାପରେ ମୁଁ ମୋର ବିଜୟର ବାଟ ପାଇଗଲି, ଖାସ କରି ପ୍ରଥମ ସେଟ ପରେ । କୋର୍ଟରେ ଦ୍ବିତୀୟ ଓ ତୃତୀୟ ସେଟ ଖୁବ୍‌ ଭଲ ଅନୁଭବ ଦେଇଥିଲା ।’’

‘‘ମୁଁ ଗତ କିଛି ସପ୍ତାହ ଧରି ଭଲ ଖେଳୁଛି, ଭଲ ଅଭ୍ୟାସ କରିଛି, ସଠିକ ଜିନିଷ ଉପରେ ଧ୍ୟାନ ଦେଇଛି, ସେହି ସ୍ତର ପ୍ରଦର୍ଶନ ବଜାୟ ରଖିଛି ଓ ଆଶା କରୁଛି ସବୁକିଛି ଖୁବ୍ ଭଲ ହେବ । ମୋ ଗେମକୁ ନେଇ ମୋର ଆତ୍ମବିଶ୍ବାସ ରହିଛି ଓ ମୁଁ ପ୍ରତିଟି ମ୍ୟାଚରେ ତାହା ପ୍ରଦର୍ଶନ କରିବି,’’ ବୋଲି ଜୋକୋଭିକ କହିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଜୋକୋଭିକ ନମ୍ବର 20 ସିଡ ପାବଲୋ କାରେନୋ ବୁଷ୍ଟାଙ୍କୁ ଭେଟିବେ, ଯିଏ କି ଚିଚାର୍ଡ ବେରାନକିସଙ୍କୁ 6-4, 6-3, 6-2 ସେଟରେ ପରାସ୍ତ କରିଛନ୍ତି ।

ମହିଳା ଏକକ ବର୍ଗରେ ନମ୍ବର 6 ସିଡ କ୍ବିତୋଭା ଜେସିକା ପେଗୁଲାଙ୍କୁ 6-4, 6-3 ସେଟରେ ପରାସ୍ତ କରି ଅନ୍ତିମ 16ରେ ନିଜ ସ୍ଥାନ ପକ୍କା କରିବା ସହ 20 ଥର ପାଇଁ ଗ୍ରାଣ୍ଡ ସ୍ଲାମ ଇଭେଣ୍ଟର ଆଡଭାନ୍ସ ରାଉଣ୍ଡରେ ପହଁଞ୍ଚିଛନ୍ତି ।

‘‘ମୁଁ ଭାବୁଛି ସମ୍ପୂର୍ଣ୍ଣ ମ୍ୟାଚ ଏକ ଭଲ ସ୍ଥରରେ ଥିଲା । ମୁଁ କହିବି ଆମେ ଦୁହେଁ ଖୁବ ଭଲ ଟେନିସ ଖେଳିଛୁ,’’ ବୋଲି କ୍ବିତୋଭା ମ୍ୟାଚ ବିଜୟ ପରେ କହିଛନ୍ତି ।

ନିଜ ପରବର୍ତ୍ତୀ ମ୍ୟାଚରେ କ୍ବିତୋଭା ଆମେରିକାର ଶେଲବି ରୋଜର୍ସଙ୍କୁ ଭେଟିବେ, ଯିଏ କି ଶୁକ୍ରବାର ମେଡିସନ ବ୍ରେଙ୍ଗେଲଙ୍କୁ ପରାଜିତ କରିଛନ୍ତି ।

@IANS

ABOUT THE AUTHOR

...view details