ମେଲବୋର୍ଣ୍ଣ: ଟେନିସ କୋର୍ଟରେ ସୁପରଷ୍ଟାର ନୋବାକ ଜୋକୋଭିକଙ୍କ ଦବଦବା ଜାରି । ରେକର୍ଡ ବୟାନ କରୁଛି ଜୋକୋଭିକଙ୍କ ସଫଳତମ ଟେନିସ କ୍ୟାରିୟର । ଅଷ୍ଟ୍ରେଲିଆ ଓପନ 2020ର ଟାଇଟେଲ ବିଜୟୀ ହେବାପରେ ଜୋକୋଭିକଙ୍କ ନାମରେ ଯୋଡି ହୋଇଛି ନିଆରା କିର୍ତ୍ତୀମାନ । 3ଟି ଭିନ୍ନ ଦଶନ୍ଧିରେ ସ୍ଳାମ ବିଜେତା ଭାବେ ବିଶ୍ବର ଏକମାତ୍ର ଖେଳାଳି ହୋଇଛନ୍ତି ନୋବାକ ଜୋକୋଭିକ ।
ଟେନିସ ଓପନ ଇତିହାସରେ ତିନି ଦଶନ୍ଧିର ବିଜେତା ଜୋକୋଭିକ - three different decades win Slams
ଟେନିସ କୋର୍ଟରେ ସୁପରଷ୍ଟାର ନୋବାକ ଜୋକୋଭିକଙ୍କ ଦବଦବା ଜାରି । 3ଟି ଭିନ୍ନ ଦଶନ୍ଧିରେ ସ୍ଳାମ ବିଜେତା ଭାବେ ବିଶ୍ବର ଏକମାତ୍ର ଖେଳାଳି ହୋଇଛନ୍ତି ନୋବାକ ଜୋକୋଭିକ । ଅଧିକ ପଢନ୍ତୁ...

ନୋବାକ ଜୋକଭିକ
ରବିବାର ଜୋକୋଭିକ ଅଷ୍ଟ୍ରେଲିଆ ଓପନ ଫାଇନାଲରେ 6-4, 2-6, 6-3, 6-4 ସେଟରେ ବିଜୟୀ ହୋଇ କ୍ୟାରିୟରର 17ତମ ସ୍ଳାମ ହାସଲ କରିଛନ୍ତି । ଏଥିସହିତ ATP ମାନ୍ୟତାର ଶୀର୍ଷକୁ ମଧ୍ୟ ଫେରିଛନ୍ତି । ବିଜୟ ପରେ ଜୋକୋଭିକ 12 ବର୍ଷ ପୂର୍ବେ ପ୍ରଥମ ସ୍ଳାମ ହାସଲ କରିଥିଲେ ବୋଲି କହିଛନ୍ତି । ଏହି ଐତିହାସିକ ବିଜୟ ପରେ ଜୋକୋଭିକ, ରୋଜର ଫେଡେରରଙ୍କ 20 ଗ୍ରାଣ୍ଡ ସ୍ଳାମ ରେକର୍ଡର ନିକଟବର୍ତ୍ତୀ ହୋଇଛନ୍ତି ।
Last Updated : Feb 3, 2020, 12:45 PM IST