ଓଡିଶା

odisha

ବାର୍ସେଲୋନା ଓପନ: ବାଦ୍‌ ପଡିଲେ ସୁମିତ ନାଗଲ

By

Published : Apr 19, 2021, 10:49 PM IST

ବାର୍ସେଲୋନା ଓପନର ଓପନିଂ ରାଉଣ୍ଡରେ ପରାସ୍ତ ହେବାସହ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ଭାରତୀୟ ଷ୍ଟାର ଟେନିସ ଖେଳାଳି ସୁମିଲ ନାଗଲ । ଅଧିକ ପଢନ୍ତୁ...

Nagal crashes out in first round of Barcelona Open
ବାର୍ସେଲୋନା ଓପନ: ବାଦ୍‌ ପଡିଲେ ସୁମିତ ନାଗଲ

ବାର୍ସେଲୋନା: ଏଟିପି 500 ବାର୍ସେଲୋନା ଓପନରୁ ବାଦ ପଡିଲେ ଭାରତୀୟ ଷ୍ଟାର ଟେନିସ ଖେଳାଳି ସୁମିଲ ନାଗଲ । ସୋମବାର ଏହି ମେଗା ପ୍ରତିଯୋଗିତାର ଓପନିଂ ରାଉଣ୍ଡରେ ପରାସ୍ତ ହେବାସହ ବାଦ ପଡିଛନ୍ତି ସୁମିତ । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଫ୍ରେଞ୍ଚ୍‌ ଖେଳାଳି ପିରେ ହ୍ୟୁଗ୍‌ସ ହର୍ବଟଙ୍କ ଠାରୁ 5-7, 0-6ରେ ପରାସ୍ତ ହୋଇଥିଲେ ସୁମିତ ।

ପୂର୍ବରୁ ବିଶ୍ବ ମାନ୍ୟତାର 135ତମ ସ୍ଥାନରେ ଥିବା ସୁମିତ ଇଟାଲିର ଥୋମାସ ଫାବିଅନୋଙ୍କୁ 7-6(1), 6-3ରେ ବରାଇ ମୁଖ୍ୟ ଡ୍ର ରେ ପ୍ରବେଶ କରିଥିଲେ ।

ବାର୍ସଲୋନା ଓପନ ସ୍ପାନିସ ଟେନିସର ଗୁରୁତ୍ବପୂର୍ଣ୍ଣ ଇଭେଣ୍ଟ । ରାଫେଲ ନାଦାଲ ଏହି ମେଗା ଟୁର୍ଣ୍ଣାମେଣ୍ଟର 11ଥର ଟାଇଟେଲ ବିଜେତା ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details