ଓଡିଶା

odisha

ETV Bharat / sports

ଅଲମ୍ପିକ୍ସ, ୱିମ୍ବଲଡନରୁ ଓହରିଲେ ରାଫେଲ ନାଦାଲ

ଟୋକିଓ ଅଲମ୍ପିକ୍ସ ଓ ୱିମ୍ବଲଡନରୁ ଓହରିଲେ ବିଶ୍ବ ଟେନିସର ଅନ୍ୟତମ ମହାନତମ ଖେଳାଳି ରାଫେଲ ନାଦାଲ । ଅଧିକ ପଢନ୍ତୁ...

Nadal pulls out of Wimbledon, Olympics
ଅଲମ୍ପିକ୍ସ, ୱିମ୍ବଲଡନରୁ ଓହରିଲେ ରାଫେଲ ନାଦାଲ

By

Published : Jun 17, 2021, 9:49 PM IST

ଲଣ୍ଡନ: ଟୋକିଓ ଅଲମ୍ପିକ୍ସ ଓ ୱିମ୍ବଲଡନରୁ ଓହରିଲେ ବିଶ୍ବ ଟେନିସର ଅନ୍ୟତମ ମହାନତମ ଖେଳାଳି ରାଫେଲ ନାଦାଲ । 20ଥର ଗ୍ରାଣ୍ଡ ସ୍ଲାମ ଟାଇଟେଲ୍‌ ବିଜେତା ନାଦାଲ ଚଳିତ ବର୍ଷର ୱିମ୍ବଲଡନ ଓ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଟ୍ବିଟ ଯୋଗେ ଘୋଷଣା କରିଛନ୍ତି । ଏହାର କାରଣ ନାଦାଲ ଶାରୀରିକ ଫିଟନେସ ବୋଲି ଦର୍ଶାଇଛନ୍ତି ।

ଜୁନ୍‌ 28ରୁ 11 ପର୍ଯ୍ୟନ୍ତ ୱିମ୍ବଲଡନ ଖେଳାଯିବାକୁ ଥିବାବେଳେ ଜୁଲାଇ 23ରୁ ଅଲମ୍ପିକ୍ସ ଗେମ୍ସ ଆରମ୍ଭ ହେବାନେଇ ସୂଚୀ ରହିଛି ।

ନାଦାଲ ନିକଟରେ ବିଶ୍ବ ନମ୍ବର 1 ନୋଭାକ ଜୋକଭିକଙ୍କ ଠାରୁ ଫ୍ରେଞ୍ଚ ଓପନ ସେମିଫାଇନାଲରେ ପରାସ୍ତ ହୋଇଥିଲେ । ରୋଲାଣ୍ଡ ଗାରୋସରେ ଏହା ନାଦାଲଙ୍କ 108ଟି ମ୍ୟାଚ୍‌ରୁ ତୃତୀୟ ପରାଜୟ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details