ଓଡିଶା

odisha

By

Published : Jul 4, 2021, 9:56 PM IST

ETV Bharat / sports

ୱିମ୍ବଲଡନ: ଚତୁର୍ଥ ରାଉଣ୍ଡରେ ଋଷିଆ ଟେନିସ ଷ୍ଟାର ମେଡଭେଡେବ

ୱିମ୍ବଲଡନ ଚମ୍ପିଆନସିପ୍‌ରେ ବିଶ୍ବ ନମ୍ବର 2 ଡାନିଲ ମେଡଭେଡେବଙ୍କ ବିଜୟ ଯାତ୍ରା ଜାରି ରହିଛି । ଅଧିକ ପଢନ୍ତୁ...

Medvedev rallies to overcome Cilic in five-setter
ୱିମ୍ବଲଡନ: ଚତୁର୍ଥ ରାଉଣ୍ଡରେ ଋଷିଆ ଟେନିସ ଷ୍ଟାର ମେଡଭେଡେବ

ଲଣ୍ଡନ: ଚଳିତ ୱିମ୍ବଲଡନ ଚମ୍ପିଆନସିପ୍‌ରେ ବିଶ୍ବ ନମ୍ବର 2 ଡାନିଲ ମେଡଭେଡେବଙ୍କ ବିଜୟ ଯାତ୍ରା ଜାରି ରହିଛି । ପ୍ରଥମ ଥର ପାଇଁ ୱିମ୍ବଲଡନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଋଷିଆ ଟେନିସ ଷ୍ଟାର ।

ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ 2017 ଫାଇନାଲ ବିଜେତା କ୍ରୋଏସିଆର ମାରିନ କିଲିକଙ୍କୁ 6-7(3), 3-6,6-3, 6-3, 6-2 ସେଟ୍‌ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ମେଡେଭେଡବ କ୍ବାର୍ଟର-ଫାଇନାଲ ସ୍ଥାନ ପାଇଁ ଚତୁର୍ଥ ରାଉଣ୍ଡରେ ପୋଲାଣ୍ଡର ହବାର୍ଟ ହରକାଜଙ୍କୁ ଭେଟିବେ । କାଜାଖସ୍ତାନର ଆଲେକଜାଣ୍ଡର ବୁଲିକଙ୍କୁ 6-3, 6-4, 6-2 ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି ହରକାଜ ।

ମାଲରକା ଚମ୍ପିଆନସିପରେ 11ତମ ATP ଟୁର ଟାଇଟେଲ ବିଜୟ ସହ ଦୃଢ ଆତ୍ମବିଶ୍ବାସର ସହ ୱିମ୍ବଲଡନ ପହଞ୍ଚିଥିଲେ ମେଡେଭେଡବ । ଫଳରେ ପ୍ରଭାବୀ ପ୍ରଦର୍ଶନ ସହ ବିଜୟ ଟ୍ରାକ୍‌ରେ ରହିଛନ୍ତି ଋଷିଆନ ଟେନିସ ଷ୍ଟାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details