ମାଦ୍ରିଦ: ମାଦ୍ରିଦ ଓପନ ଫାଇନାଲରେ ଆସଲେ ବାର୍ଟିଙ୍କ ସହ ଆରୟାନା ସାବାଲେଙ୍କାଙ୍କ ଲଢେଇ ହେବ । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଆନାସ୍ତସିଆ ପାଭଲ୍ୟୁଚେଙ୍କୋଭାଙ୍କୁ 6-2, 6-3 ସେଟ୍ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଆରୟାନା ।
ଫଳରେ ବେଲାରୁସିଆନ ପ୍ରତିଦ୍ବନ୍ଦ୍ବୀଙ୍କୁ ଫାଇନାଲରେ ଭେଟିବେ ବିଶ୍ବ ମାନ୍ୟତାର ନମ୍ବର 1 ଆସଲେ ବାର୍ଟି । ଚଳିତ ସିଜିନର ଚତୁର୍ଥ WTA ଏକକ ଫାଇନାଲରେ ପ୍ରବେଶ କରିଛନ୍ତି ବାର୍ଟି । ପାଉଲାଙ୍କୁ 6-4 ଓ 6-3ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ବାର୍ଟି ।