ଓଡିଶା

odisha

ETV Bharat / sports

ପୁରୀରେ ହେବ ଜୁନିୟର ଓପନ ଟେନିସ ଟୁର୍ଣ୍ଣାମେଣ୍ଟ - ପୁରୀରେ ଟେନିସ ଟୁର୍ଣ୍ଣାମେଣ୍ଟ

ପୁରୀ ଜିଲ୍ଲା ଟେନିସ ଆସୋସିଏସନ ଆନୁକୂଲ୍ୟରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଉଭୟ ବାଳକ ଓ ବାଳିକା 8 ଓ 10 ବର୍ଷରୁ କମ ବର୍ଗରେ ଏହି ମ୍ୟାଚ ଅୟୋଜନ ହେବ।

image
ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ

By

Published : Dec 2, 2019, 9:20 PM IST

ପୁରୀ: ଜିଲ୍ଲା ଟେନିସ ଆସୋସିଏସନ ଆନୁକୂଲ୍ୟରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଉଭୟ ବାଳକ ଓ ବାଳିକା 8 ଓ 10 ବର୍ଷରୁ କମ ବର୍ଗରେ ଏହି ମ୍ୟାଚ ଅୟୋଜନ ହେବ। ପୁରୀ କ୍ଳବ ଏହି ଟେନିସ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛନ୍ତି । ପୁରୀ ଖୋର୍ଦ୍ଧା, କଟକ, ବାଲେଶ୍ଵର, ବାରିପଦା, ରାଉରକେଲା, ବ୍ରହ୍ମପୁର ଆଦି ବିଭିନ୍ନ ସହରରୁ 50 ରୁ ଅଧିକ ଖେଳାଳି ଏଥିରେ ସାମିଲ ହେବେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ପୁରୀ ଟେନିସ ଆସୋସିଏସନର ସଦସ୍ୟ ରୋଜା ପ୍ରିୟଦର୍ଶୀ, କୋଚ ସୁଶାନ୍ତ କୁମାର ଦାସ, ତପନ ମୁଖାର୍ଜୀ ଯୋଗ ଦେଇ ଏହି ସାମ୍ବାଦିକ ସମିଳନୀରେ ଏହି ସୂଚନା ଦେଇଛନ୍ତି । ଓଡ଼ିଶାର ସିନିୟର ଶ୍ରେଣୀ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ପୁରୀରେ ପ୍ରଥମ ଥର ପାଇଁ, କୁନି କୁନି ପିଲାଙ୍କର ସବ ଜୁନିୟର ଲେବୁଲର ମ୍ୟାଚ ହେଉଛି। ସେଥିରେ ଅଲ ଇଣ୍ଡିଆ ଟେନିସ ଆସୋସିଏସନର ନିୟମ ଅନୁଯାୟୀ ଟ୍ରଫି ପ୍ରଦାନ କରାଯିବ। 10 ବର୍ଷରୁ କମ ନକ ଆଉଟ ଟୁର୍ଣ୍ଣାମେଣ୍ଟ ରେ କରାଯାଉ ଥିବା ବେଳେ ଅଣ୍ଡର 8 ରେ ରାଉଣ୍ଡ ରବିନ ଫର୍ମାଟରେ ମ୍ୟାଚ ହେବ। ଶେଷରେ ପଏଣ୍ଟ ଟପରକୁ ନେଇ ସେମି ଫାଇନାଲ ଓ ଫାଇନାଲ ଖେଳାଯିବ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details