ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆନ ଓପନ: ଡୋଡିଗ, ପୋଲାସେକ ପୁରୁଷ ଡବଲ୍ସ ଚାମ୍ପିୟନ - ଅଷ୍ଟ୍ରେଲିଆନ ଓପନ 2021

ଅଷ୍ଟ୍ରେଲିଆନ ଓପନ ପୁରୁଷ ଯୁଗଳ ଚାମ୍ପିୟନ ହେଲେ ଇୱାନ ଡୋଡିଗ ଓ ଫିଲିପ ପୋଲାସେକ। ଦୁହେଁ ଫାଇନାଲ ମ୍ୟାଚରେ ଗତଥରର ଚାମ୍ପିୟନ ରାଜିବ ରାମ ଓ ଜୋଏ ସାଲିସବୁରୀଙ୍କୁ ଭେଟିଥିଲେ। ଅଧିକ ପଢ଼ନ୍ତୁ...

iwan dodig and phillip polasek won australian open mens double title
ଅଷ୍ଟ୍ରେଲିଆନ ଓପନ: ଡୋଡିଗ, ପୋଲାସେକ ପୁରୁଷ ଡବଲ୍ସ ଚାମ୍ପିୟନ

By

Published : Feb 21, 2021, 3:48 PM IST

ମେଲବର୍ନ:ଅଷ୍ଟ୍ରେଲିଆନ ଓପନ ପୁରୁଷ ଯୁଗଳ ଚାମ୍ପିୟନ ହେଲେ ଇୱାନ ଡୋଡିଗ ଓ ଫିଲିପ ପୋଲାସେକ। ଫାଇନାଲ ମ୍ୟାଚରେ କ୍ରୋଏସିଆର ଇୱାନ ଡୋଡିଗ ଓ ସ୍ଲୋଭାକିଆର ଫିଲିପ ପୋଲାସେକ ଗତଥରର ଚାମ୍ପିୟନ ରାଜିବ ରାମ ଓ ଜୋଏ ସାଲିସବୁରୀଙ୍କୁ ଭେଟିଥିଲେ। ଆମେରିକାର ରାଜିବ ରାମ ଓ ବ୍ରିଟେନର ଜୋଏ ସାଲିସବୁରୀଙ୍କୁ ହରାଇ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ନିଜ ନାମରେ କରିଛନ୍ତି ଇୱାନ ଡୋଡିଗ ଓ ଫିଲିପ ପୋଲାସେକ।

ଇୱାନ ଡୋଡିଗ ଓ ଫିଲିପ ପୋଲାସେକ ଜୋଡ଼ି ଏବଂ ଜିବ ରାମ ଓ ଜୋଏ ସାଲିସବୁରୀ ଜୋଡ଼ି ମଧ୍ୟରେ ଏକ ଘଣ୍ଟା 28 ମିନିଟ ଧରି ସଂଘର୍ଶପୂର୍ଣ୍ଣ ମ୍ୟାଚ ଚାଲିଥିଲା। ଲଗାତାର ଦୁଇଟି ସେଟ 6-3, 6-4ରେ ଆମେରିକୀୟ, ବ୍ରିଟେନ ଜୋଡ଼ି ପରାସ୍ତ ହୋଇଥିଲେ। ମ୍ୟାଚ ଆରମ୍ଭରୁ ଦୁଇ ଜୋଡ଼ିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମଳିଥିଲା। ବିଭିନ୍ନ ଟେକ୍ନିକର ସଟ ଖେଳି ରାମ ଓ ସାଲିସବୁରୀଙ୍କ ଜୋଡ଼ି ଉପରେ ଚାପ ପକାଇଥିଲେ ଡୋଡିଗ ଓ ପୋଲାସେକ। ଫଳରେ ମ୍ୟାଚରେ ଆଉ ପ୍ରତ୍ୟାବର୍ତ୍ତ କରି ପାରିନଥିଲେ ରାମ ଓ ସାଲିସବୁରୀ। ପୁରୁଷ ଯୁଗଳ ବିଭାଗରେ ଇୱାନ ଡୋଡିଗ ଓ ଫିଲିପ ପୋଲାସେକଙ୍କ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ।

ରାମ ଓ ସାଲିସବୁରୀଙ୍କ ଜୋଡ଼ି ଲଗାତା ଦ୍ବିତୀୟ ବର୍ଷ ପାଇଁ ଅଷ୍ଟ୍ରେଲିଆ ଓପନ ପୁରୁଷ ଯୁଗଳ ବିଭାଗ ଫାଇନାଲରେ ପହଞ୍ଚିଥିଲା। ଯଦି ଦୁହେଁ ଏହି ମ୍ୟାଚରେ ବିଜୟୀ ହୋଇଥାଆନ୍ତେ, ତେବେ ବବ୍ ବ୍ରାୟନ ଓ ମାଇକ ବ୍ରାୟନଙ୍କ ଭଳି ରେକର୍ଡ କରି ପାରିଥାଆନ୍ତେ। କାରଣ ବବ ଓ ମାଇକ ଲଗାତାର ତିନି ବର୍ଷ ଦୁଇଥର ଅଷ୍ଟ୍ରେଲିଆନ ଓପନ ପୁରୁଷ ଯୁଗଳ ଟାଇଟଲ ହାତେଇ ଥିଲା। ଆମେରିକାର ବବ ଓ ମାଇକଙ୍କ ଜୋଡ଼ି 2009, 2010 ଓ 2011 ମସିହାରେ ଲଗାତାର ତିନି ଥର ପୁରୁଷ ଯୁଗଳ ଟାଇଟଲ ବଜୟୀ ହୋଇଥିଲେ।

@ians

ABOUT THE AUTHOR

...view details