ଲଣ୍ଡନ: ଅନ୍ତର୍ଜାତୀୟ ଟେନିସ ଫେଡରେସନ(ITF)ର ସଭାପତି ଡେଭିଡ ହାଙ୍ଗର୍ଟି ସ୍ବଇଚ୍ଛାରେ ନିଜ ଦରମାର 30 ପ୍ରତିଶତ କାଟ ଘୋଷଣା କରିଛନ୍ତି । ବୋର୍ଡର ଅନ୍ୟ ସଦସ୍ୟ ମଧ୍ୟ 20 ପ୍ରତିଶତ ଦରମା କମ ନେବାକୁ ସ୍ଥିର କରିଛନ୍ତି ।
କୋରୋନା ଭାଇରସ: ଅନ୍ତର୍ଜାତୀୟ ଟେନିସ ବୋର୍ଡ ସଭାପତିଙ୍କ ଇଚ୍ଛାକୃତ ଦରମାକାଟ - job retention scheme
ଅନ୍ତର୍ଜାତୀୟ ଟେନିସ ଫେଡରେସନ(ITF)ର ସଭାପତି ଡେଭିଡ ହାଙ୍ଗର୍ଟି ସ୍ବଇଚ୍ଛାରେ ନିଜ ଦରମାର 30 ପ୍ରତିଶତ କାଟ ଘୋଷଣା କରିଛନ୍ତି । ବୋର୍ଡର ଅନ୍ୟ ସଦସ୍ୟ ମଧ୍ୟ 20 ପ୍ରତିଶତ ଦରମା କମ ନେବାକୁ ସ୍ଥିର କରିଛନ୍ତି ।
![କୋରୋନା ଭାଇରସ: ଅନ୍ତର୍ଜାତୀୟ ଟେନିସ ବୋର୍ଡ ସଭାପତିଙ୍କ ଇଚ୍ଛାକୃତ ଦରମାକାଟ ITF president takes 30% pay cut](https://etvbharatimages.akamaized.net/etvbharat/prod-images/768-512-6735597-976-6735597-1586512925650.jpg)
କୋରୋନା ଭାଇରସ: ଅନ୍ତର୍ଜାତୀୟ ଟେନିସ ବୋର୍ଡ ସଭାପତିଙ୍କ ଇଚ୍ଛାକୃତ ଦରମାକାଟ
ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ହୋଇଛି ସମଗ୍ର ବିଶ୍ବ । ବିଶ୍ବର ସମସ୍ତ କ୍ରୀଡାଜଗତ ସ୍ଥିର ହୋଇଯାଇଛି । WTA ଓ ATP ପକ୍ଷରୁ ମାର୍ଚ୍ଚ ମାାସରୁ ସମସ୍ତ ପ୍ରକାର ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଛନ୍ତି । ଜୁଲାଇ 13 ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟ ଆୟୋଜନର ମଧ୍ୟ ସୂଚୀ ରଖାଯାଇନାହିଁ । ଏମିତିକି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ପାଇଁ ୱିମ୍ବଲଡନକୁ ବାତିଲ କରାଯାଇଛି । ITF ପକ୍ଷରୁ 100ରୁ ଅଧିକ ଟୁର୍ଣ୍ଣାମେଣ୍ଟ ବାତିଲ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ