ଲଣ୍ଡନ: କୋରୋନା ମହାମାରୀ ମଧ୍ୟରେ ଖୁବଶୀଘ୍ର କୋର୍ଟକୁ ଫେରିବ ଟେନିସ । ସ୍ଥଗିତ ଥିବା ଟୁର୍ଣ୍ଣାମଣ୍ଟ ଆରମ୍ଭ ନେଇ ସୂଚୀ ଘୋଷଣା କରିଛି ଅନ୍ତର୍ଜାତୀୟ ଟେନିସ ଫେଡେରେସନ(ITF) । ପ୍ରଥମ ପର୍ଯ୍ୟାୟରେ ITF ୱାର୍ଲ୍ଡ ଟେନିସ ଟୁର୍ ଜୁନିୟର୍ସ, ITF ସିନିୟର ଟୁର୍, UNIQLO ହୁଇଲଚେୟାର ଟେନିସ ଟୁର୍ ଓ ITF ବିଚ୍ ଟେନିସ ୱାର୍ଲ୍ଡ ଟୁର୍ ଭଳି 4ଟି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ତେବେ ସଂକ୍ରମଣ ସ୍ଥିତିକୁ ଦେଖି ଅଗଷ୍ଟ 31 ପୂର୍ବରୁ କୌଣସି ପ୍ରତିଯୋଗିତା ଆରମ୍ଭ ହୋଇପାରିବ ନାହିଁ ବୋଲି ଟେନିସର ସର୍ବୋର୍ଚ୍ଚ ପରିଚାଳନା ବୋର୍ଡ ପକ୍ଷରକୁ ସ୍ପଷ୍ଟ କରାଯାଇଛି । ସିନିୟର ଟୁର୍ ଓ ହୁଇଲଚେୟାର ଟେନିସ ଟୁର୍ ପାଇଁ ନିର୍ଦ୍ଧିଷ୍ଟ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇନାହିଁ ।