ଓଡିଶା

odisha

ETV Bharat / sports

ଡେଭିସ କପ: 55ବର୍ଷରେ ପ୍ରଥମ ପାକିସ୍ତାନ ଯିବ ଭାରତୀୟ ଦଳ - ଡେଭିସ କପରେ ଭାଗ ନେବ ଭାରତୀୟ ଦଳ

ପାକିସ୍ତାନରେ ହେବାକୁ ଥିବା ଟେନିସ ବିଶ୍ବକପ(ଡେଭିସ କପ)ରେ ଅଂଶଗ୍ରହଣ କରିବାକୁ ଭାରତୀୟ ଟେନିସ ଦଳ ପାକିସ୍ତାନ ଗସ୍ତ କରିବ । ଏନେଇ ସ୍ପଷ୍ଟ କରିଛନ୍ତି AITAର ସାଧାରଣ ସଂପାଦକ ହିରୋନମୟ ଚାଟାର୍ଜୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 28, 2019, 12:19 PM IST

ନୂଆଦିଲ୍ଲୀ: ଡେଭିସ କପରେ ଭାଗ ନେବା ପାଇଁ ପାକିସ୍ତାନ ଯିବ ଭାରତୀୟ ଦଳ । ଏନେଇ ସ୍ପଷ୍ଟ କରିଛି ଅଲ ଇଣ୍ଡିଆ ଟେନିସ ଆସୋସିଏସନ(AITA) । ଏହା କୌଣସି ଦ୍ବିପାକ୍ଷିକ ଶୃଙ୍ଖଳା ନୁହେଁ ବରଂ ଡେଭିସ କପ ଟେନିସର ବିଶ୍ବକପ । ତେଣୁ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ । AITA ସାଧାରଣ ସଂପାଦକ ହିରୋନମୟ ଚାଟାର୍ଜୀ ଏନେଇ ସୂଚନା ଦେଇଛନ୍ତି ।

ତେବେ ଭାରତୀୟ ଖେଳାଳି ଆଇଓସି ଚାର୍ଟର ଅନୁଯାୟୀ ଯାତ୍ରା କରିବେ । ପୂର୍ବରୁ ଏସିଆ କପ କିମ୍ବା ଡେଭିସ କପ ପାଇଁ ପାକିସ୍ତାନରେ ସୁରକ୍ଷା ନେଇ ଭୟଭୀତ ନୁହଁନ୍ତି ବୋଲି, ଷ୍ଟାର ଟେନିସ ଖେଳାଳି ରୋହନ ବୋପାନ୍ନା କହିସାରିଛନ୍ତି ।

ଭାରତୀୟ ଦଳରେ 6ଜଣ ଖେଳାଳି, ସପୋର୍ଟ ଷ୍ଟାଫ ଓ କୋଚ ପାକିସ୍ତାନ ଯିବେ । AITAର ସାଧାରଣ ସଂପାଦକ ହିରୋନମୟ ଚାଟାର୍ଜୀ ମଧ୍ୟ ଭାରତୀୟ ଦଳ ସହିତ ପାକିସ୍ତାନ ଗସ୍ତ କରିବେ ବୋଲି କହିଛନ୍ତି । ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ, ଅନ୍ତର୍ଜାତୀୟ ବୋର୍ଡ ଦ୍ବାରା ପରିଚାଳିତ ହେବ । ତେଣୁ ସରକାରଙ୍କ ସହିତ ଯୋଗାଯୋଗର ଆବଶ୍ୟକତା ପଡିବନି ।

ପାକିସ୍ତାନ ହକି ଟିମ, ହକି ବିଶ୍ବକପ ପାଇଁ ଭାରତ ଆସିଥିଲା । ଏବେ ଭାରତୀୟ ଟିମ ମଧ୍ୟ ପାକିସ୍ତାନ ଯାତ୍ରା କରିବ । ଭାରତୀୟ କ୍ରିକେଟ ଟିମ ଶେଷଥର 2007ରେ ପାକିସ୍ତାନ ଗସ୍ତ କରିଥିଲା । ଏହା ପରଠାରୁ ତିକ୍ତ ସଂପର୍କ ଯୋଗୁଁ ଭାରତର କୌଣସି ଟିମ ଖେଳ ପାଇଁ ପାକିସ୍ତାନ ଗସ୍ତ କରିନାହିଁ । ତେବେ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ 2006ରେ ଡେଭିସ କପରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଭାରତ 3-2 ସେଟରେ ପାକିସ୍ତାନକୁ ପାଣି ପିଆଇଥିଲା ଭାରତ ।

ABOUT THE AUTHOR

...view details