ଲଣ୍ଡନ: ଇତିହାସ ରଚିଛନ୍ତି ରୋମାନିଆର ସିମୋନା ହେଲେପ । ୱିମ୍ବଲଡନ ଫାଇନାଲ ମୁକାବିଲାରେ ସେରେନା ୱିଲିୟମ୍ସଙ୍କୁ ମାତ ଦେଇଛନ୍ତି ସିମୋନା । 27 ବର୍ଷିୟା ସିମୋନା 6-2, 6-2 ସେଟରେ ସେରେନାଙ୍କୁ ହରାଇ ପ୍ରଥମ ରୋମାନିଆନ ଭାବେ ଏହି ଗୌରବମୟ ଟାଇଟଲ ହାସଲ କରିଛନ୍ତି ।
ସିମୋନା ଜିତିଲେ ୱିମ୍ବଲଡନ ଫାଇନାଲ, ରଚିଲେ ଇତିହାସ - history
ଇତିହାସ ରଚିଛନ୍ତି ରୋମାନିଆର ସିମୋନା ହେଲେପ । ୱିମ୍ବଲଡନ ଫାଇନାଲ ମୁକାବିଲାରେ ସେରେନା ୱିଲିୟମ୍ସଙ୍କୁ ହରାଇ ପ୍ରଥମ ରୋମାନିଆନ ଭାବେ ଏହି ଗୌରବମୟ ଟାଇଟଲ ହାସଲ କରିଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
7ଥରର ୱିମ୍ବଲଡନ ଚମ୍ପିଆନ 37 ବର୍ଷିୟା ସେରେନା ଅବିଶ୍ବସନୀୟ ଭାବେ ପରାଜିତ ହୋଇଛନ୍ତି । ଶେଷ 23ଟି ଗ୍ରାଣ୍ଡସ୍ଳାମ ଟାଇଟଲ ବିଜୟିନୀ ସେରେନା ୱିଲିୟମ୍ସ ସିମୋନା ହେଲେପଙ୍କ ସାମ୍ନାରେ ସଂପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଥିଲେ ।
ମ୍ୟାଚ ପରେ ସେରେନା କହିଥିଲେ ଯେ ତାଙ୍କ ବୁଝିବା ବାହାରେ ଖେଳିଥିଲେ ସିମୋନା ।
"10 ବର୍ଷର ଥିବା ବେଳେ ମାଆ କହିଥିଲେ ଯଦି ଟେନିସରେ କିଛି କରିବ ୱିମ୍ବଲଡନ ଫାଇନାଲ ନିଶ୍ଚିତ ଖେଳିବାକୁ ଚାହିଁବ" କହିଛନ୍ତି ସିମୋନା । ମାଆଙ୍କର ସ୍ବପ୍ନ ମଧ୍ୟ ସତ ହୋଇଥିବା କହିଛନ୍ତି ସିମୋନା ।