ପ୍ୟାରିସ:ଚଳିତ ଫ୍ରେଞ୍ଚ ଓପନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ସ୍ବିସ ଟେନିସ ଷ୍ଟାର ରୋଜର ଫେଡେରର । ସୋମବାର ପ୍ରଥମ ରାଉଣ୍ଡ ମ୍ୟାଚରେ ଉଜବେକିସ୍ତାନର ଡେନିସ ଇଷ୍ଟୋମିନଙ୍କୁ 6-2,6-4,6-3 ସେଟ୍ରେ ହରାଇ ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି ।
39 ବର୍ଷୀୟ ଫେଡେରେର ପ୍ରଭାବୀ ପ୍ରଦର୍ଶନ କରିବା ସହ ପ୍ରତିପକ୍ଷଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତିରେ ଖେଳିବା ସହ 6-2ରେ ସହଜ ବିଜୟ ହାସଲ କରିଥିଲେ ।