ଓଡିଶା

odisha

ETV Bharat / sports

ଫ୍ରେଞ୍ଚ୍‌ ଓପନ 2021: କାହା ମୁଣ୍ଡରେ ବିଜୟ ମୁକୁଟ ? - ନୋବାକ ଜୋକଭିକ

ଆରମ୍ଭ ହୋଇଛି ବିଶ୍ବ ଟେନିସର ସମ୍ମାନଜନକ ମେଗା ଇଭେଣ୍ଟ ଫ୍ରେଞ୍ଚ୍‌ ଓପନ 2021 । ଚଳିତ ବର୍ଷ ମୂଳସୂଚୀ ଅନୁଯାୟୀ ପ୍ରତିଯୋଗିତା ଆରମ୍ଭ ହୋଇଛି । ଗତବର୍ଷ ମହାମାରୀ କୋରୋନା ଭାଇରସ ସଂକ୍ରମଣ କାରଣରୁ ସେପ୍ଟେମ୍ବର-ଅକ୍ଟୋବରରେ ଏହି ଗ୍ରାଣ୍ଡ ସ୍ଲାମ ଇଭେଣ୍ଟ ଖେଳାଯାଇଥିଲା । ଅଧିକ ପଢନ୍ତୁ...

French Open 2021: Who will lift the crown jewel?
ଫ୍ରେଞ୍ଚ୍‌ ଓପନ 2021: କାହା ମୁଣ୍ଡରେ ବିଜୟ ମୁକୁଟ ?

By

Published : May 30, 2021, 5:03 PM IST

ପ୍ୟାରିସ: ଟେନିସ କିମ୍ବଦନ୍ତୀ ରାଫେଲ ନାଦାଲ 21ତମ ଗ୍ରାଣ୍ଡ ସ୍ଲାମ ଟାଇଟେଲ ଓ 14ତମ ରୋଲାଣ୍ଡ ଗାରୋସ ଟାଇଟେଲ ବିଜୟ ସହ ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି । ମହାମାରୀ କୋରୋନା ଭାଇରସ ପାଇଁ ଗୋଟିଏ ସପ୍ତାହ ବିଳମ୍ବରେ ଫ୍ରେଞ୍ଚ ଓପନ ଆରମ୍ଭ ହୋଇଛି ।

ଫ୍ରେଞ୍ଚ୍‌ ଓପନ 2021: କାହା ମୁଣ୍ଡରେ ବିଜୟ ମୁକୁଟ ?

ନାଦାଲଙ୍କ ନାମରେ ରହିଛି 13ଟି ଫ୍ରେଞ୍ଚ ଓପନ ଏକକ ଟାଇଟେଲ । ଯାହାକି ବଜୋର୍ଣ୍ଣଙ୍କ (6ଟି) ଠାରୁ ପ୍ରତିଯୋଗିତା ଇତିହାସରେ 7ଟି ଟାଇଟେଲ ଅଧିକ । ନାଦାଲ ବିଶ୍ବ ମାନ୍ୟତାର 62ତମ ସ୍ଥାନରେ ଥିବା ଅଷ୍ଟ୍ରେଲୀୟ ଖେଳାଳି ପୋପରିନଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ ।

ତେବେ ବିଶ୍ବ ନମ୍ବର 1 ସର୍ବିଆ ଟେନିସ ସୁପରଷ୍ଟାର ନୋବାକ ଜୋକଭିକ ଓ ସ୍ବିସ କିମ୍ବଦନ୍ତୀ ରୋଜର ଫେଡେରର ମଧ୍ୟ କଡା ଟକ୍କର ଦେଇପାରନ୍ତି ।

ଅନ୍ୟପଟେ ମହିଳା ଏକକ ବର୍ଗରେ ଡିଫେଣ୍ଡିଂ ଚମ୍ପିଆନ ପୋଲାଣ୍ଡର ଇଗା ସ୍ବିଆତେକ ଆଉ ଏକ ଟାଇଟେଲ ଲକ୍ଷ୍ୟରେ ରହିଛନ୍ତି । ଜଷ୍ଟିନ 4ଥର, ଆମେରିକାର ସେରେନା ୱିଲିୟମସ 3ଥର ଓ ରୁଷିଆର ମାରିଆ ସାରାପୋଭା 2ଥର ଫ୍ରେଞ୍ଚ ଓପନ ଟାଇଟେଲ ବିଜେତା ରହିସାରିଛନ୍ତି ।

ତେବେ ବିଶ୍ବ ମାନ୍ୟତାର 3 ନମ୍ବର ଖେଳାଳି ନାଓମି ଓସାକା, ଅଷ୍ଟ୍ରେଲିଆନ ଓପନ ଚମ୍ପିଆନ ତଥା ବିଶ୍ବ ମାନ୍ୟତାର 4ନମ୍ବର ଖେଳାଳି ଆୟେନା ସାବାଲେଙ୍କା ମଧ୍ୟ ଦମ ଦେଖାଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details