ଓଡିଶା

odisha

ETV Bharat / sports

ଫ୍ରେଞ୍ଚ୍ ଓପନ୍: 12ତମ ଟାଇଟଲ ଜିତିଲେ ନାଡାଲ୍‌

ପୁଣିଥରେ ଗ୍ରାଣ୍ଡସ୍ଲାମ ଟାଇଟଲ ଟେକିଛନ୍ତି ସ୍ପେନ ଟେନିସ୍ ତାରକା ରାଫେଲ୍ ନାଡାଲ୍ । ଚଳିତ ଫ୍ରେଞ୍ଚ୍ ଓପନରେ ସେ ଷ୍ଟ୍ରିଆର ଡୋମିନିକ୍ ଥିମଙ୍କୁ ହରାଇ କ୍ୟାରିଅରର 12ତମ ଟାଇଟଲ ହାସଲ କରିଛନ୍ତି ।

By

Published : Jun 10, 2019, 12:24 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପ୍ୟାରିସ୍: ପୁଣିଥରେ ଗ୍ରାଣ୍ଡସ୍ଲାମ ଟାଇଟଲ ଟେକିଛନ୍ତି ସ୍ପେନ ଟେନିସ୍ ତାରକା ରାଫେଲ୍ ନାଡାଲ୍ । ଚଳିତ ଫ୍ରେଞ୍ଚ୍ ଓପନରେ ସେ ଷ୍ଟ୍ରିଆର ଡୋମିନିକ୍ ଥିମଙ୍କୁ ହରାଇ କ୍ୟାରିଅରର 12ତମ ଟାଇଟଲ ହାସଲ କରିଛନ୍ତି । ସଣ୍ଡେ ସୁପର ଫାଇଟରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଥିମଙ୍କୁ 6-3, 5-7, 6-1, 6-1 ସେଟରେ ପରାସ୍ତ କରିଛନ୍ତି ନାଡାଲ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ରୋନାଲ୍ଡ ଗାରୋସ ଗ୍ରାଉଣ୍ଡରେ ଖେଳାଯାଇଥିଲା ଫାଇନାଲ ମୁକାବିଲା । ଏହି ଗ୍ରାଉଣ୍ଡ ନାଡାଲଙ୍କ 93-2 ବିଜୟ-ପରାଜୟ ରେକର୍ଡ ରହିଛି । ସେହିପରି ଶେଷ ବର୍ଷ ଫାଇନାଲ ମୁକାବିଲାରେ ମଧ୍ୟ ନାଡାଲ ସିଧାସଳଖ ବିଜୟ ହାସଲ କରିଥିଲେ ।

ଏହା ପୂର୍ବରୁ ନାଡାଲ୍ ସେମିଫାଇନାଲରେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ଫେଡେରରଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ । ସେହିପରି ଥିମ୍ ସେମିରେ ସର୍ବିୟାର ନୋଭାକ୍ ଜୋକୋଭିଚଙ୍କୁ ହରାଇଥିଲେ ।

For All Latest Updates

ABOUT THE AUTHOR

...view details