ଓଡିଶା

odisha

By

Published : Oct 4, 2020, 6:25 PM IST

ETV Bharat / sports

ଫ୍ରେଞ୍ଚ ଓପନ: ସିମୋନା ହେଲେପଙ୍କୁ ହରାଇଲେ 19 ବର୍ଷୀୟା ଇଗା ସ୍ବିଆତେକ

ଚଳିତ ଫ୍ରେଞ୍ଚ ଓପନରେ ରୋମାନିଆ ଟେନିସ ଷ୍ଟାର ଖେଳାଳି ସିମୋନା ହେଲେପଙ୍କୁ ବଡ ଝଟକା । ରବିବାର ଖେଳାଯାଇଥିବା ଚତୁର୍ଥ ରାଉଣ୍ଡ ମ୍ୟାଚରେ ପୋଲାଣ୍ଡର ଇଗା ସ୍ବିଆତେକଙ୍କ ଠାରୁ 6-1, 6-2 ସଟରେ ପରାଜିତ ହୋଇଛନ୍ତି ସିମୋନା ।

French Open: 19-year-old Iga Swiatek defeats Simona Halep
ଫ୍ରେଞ୍ଚ ଓପନ: ସିମୋନା ହେଲେପଙ୍କୁ ହରାଇଲେ 19 ବର୍ଷୀୟା ଇଗା ସ୍ବିଆତେକ

ପ୍ୟାରିସ: ଚଳିତ ଫ୍ରେଞ୍ଚ୍ ଓପନରେ ଷ୍ଟାର ରୋମାନିଆ ଖେଳାଳି ସିମୋନା ହେଲେପଙ୍କୁ ବଡ ଝଟକା । ରବିବାର ଖେଳାଯାଇଥିବା ଚତୁର୍ଥ ରାଉଣ୍ଡ ମ୍ୟାଚରେ ପୋଲାଣ୍ଡର ଇଗା ସ୍ବିଆତେକଙ୍କ ଠାରୁ 6-1, 6-2 ସଟରେ ପରାଜିତ ହୋଇଛନ୍ତି ସିମୋନା । ଫଳରେ ଫ୍ରେଞ୍ଚ ଓପନରୁ ବାଦ ପଡିଛନ୍ତି ।

19 ବର୍ଷୀୟା ସ୍ବିଆତେକ ବିଶ୍ବ ଟେନିସ ମାନ୍ୟତାର 54ତମ ସ୍ଥାନରେ ରହିଛନ୍ତି । ମାତ୍ର ଅବିଶ୍ବସନୀୟ ପ୍ରଦର୍ଶନ ସହ 68 ମିନିଟ ଧରି ଖେଳାଯାଇଥିବା ମ୍ୟାଚରେ ରୋନାଲ୍ଡ ଗାରୋସ ଚମ୍ପିଆନ ସିମୋନା ହେଲେପଙ୍କୁ ପ୍ରଥମ ଦୁଇଟି ସେଟରେ ହରାଇଛନ୍ତି ।

ବିଶ୍ବ ଟେନିସ ମାନ୍ୟତାର ଶୀର୍ଷ 10 ସ୍ଥାନ ମଧ୍ୟରେ ଥିବା ସିମୋନାଙ୍କୁ ହରାଇ ପ୍ରଥମର ଥର ପାଇଁ ଗ୍ରାଣ୍ଡ ସ୍ଲାମ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ଇଗା ସ୍ବିଆତେକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details