ଆଟଲାଣ୍ଟ: ଆମେରିକାନ ଟେନିସ ଖେଳାଳି ଫ୍ରେନ୍ସ ଟିଆଫୋଏ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଟିଆଫୋଏ ନିଜେ ଏନେଇ ସୂଚନା ଦେଇଛନ୍ତି । ଏଥିସହିତ ଅଲ୍-ଆମେରିକାନ ଟିମ କପରୁ ଓହରିଯାଇଛନ୍ତି ।
ଆମେରିକାନ ଟେନିସ ଖେଳାଳି ଫ୍ରେନ୍ସ ଟିଆଫୋଏ କୋରୋନା ପଜିଟିଭ - Frances Tiafoe withdrawn from all-American Team Cup
ଆମେରିକାନ ଟେନିସ ଖେଳାଳି ଫ୍ରେନ୍ସ ଟିଆଫୋଏ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଟିଆଫୋଏ ନିଜେ ଏନେଇ ସୂଚନା ଦେଇଛନ୍ତି ।
![ଆମେରିକାନ ଟେନିସ ଖେଳାଳି ଫ୍ରେନ୍ସ ଟିଆଫୋଏ କୋରୋନା ପଜିଟିଭ Frances Tiafoe tests positive for COVID-19, withdrawn from all-American Team Cup](https://etvbharatimages.akamaized.net/etvbharat/prod-images/768-512-7899133-525-7899133-1593925724658.jpg)
ଆମେରିକାନ ଟେନିସ ଖେଳାଳି ଫ୍ରେନ୍ସ ଟିଆଫୋଏ କୋରୋନା ପଜିଟିଭ
ଶୁକ୍ରବାର ଟିଆଫୋଏ ଅଲ-ଆମେରିକାନ ଟିମ କପର ଓପନିଂ ମ୍ୟାଚ ଖେଳିଥିଲେ । ପ୍ରାୟ 450 ଦର୍ଶକଙ୍କ ଉପସ୍ଥିତିରେ ସାମ କ୍ବେରୀଙ୍କ ବିପକ୍ଷରେ ସେ ଖେଳିଥିଲେ । ମ୍ୟାଚ ସମୟରେ ଟିଆଫୋଏଙ୍କୁ ମେଡିକାଲ ନିଆଯାଇଥିଲା ।
ଏହି ଟୁର୍ଣ୍ଣାମେଣ୍ଟ ଲକଡାଉନ ପରଠାରୁ ପ୍ରଥମ ଟେନିସ ଟୁର୍ଣ୍ଣାମେଣ୍ଟ ଥିଲା । ଅଳ୍ପ ଦର୍ଶକଙ୍କ ଉପସ୍ଥିତିରେ ଆମେରିକାର ଶ୍ରେଷ୍ଠ 8 ଖେଳାଳିଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ଆୟାଜନ କରାଯାଇଥିଲା । ଶୁକ୍ରବାର ପ୍ରଥମ ମ୍ୟାଚ ଖେଳାଯାଇଥିଲା ।