ଓଡିଶା

odisha

ETV Bharat / sports

ୟୁଏସ ଓପନ: ପ୍ରଥମ ଗ୍ରାଣ୍ଡ ସ୍ଲାମ ଜିତିଲେ ଡୋମିନିକ ଥିମ

ୟୁଏସ ଓପନ ଫାଇନାଲର ଏକ ରୋମାଞ୍ଚକର ମ୍ୟାଚରେ ବିଶ୍ବର ତିନି ନମ୍ବର ଖେଳାଳି ଡୋମିନିକ ଥିମ ଜର୍ମାନିର ଆଲେକଜାଣ୍ଡାର ଜ୍ବେରେଭଙ୍କୁ ହରାଇ ନିଜର ପ୍ରଥମ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । ଅଧିକ ପଢ଼ନ୍ତୁ...

By

Published : Sep 14, 2020, 9:20 AM IST

Dominic Thiem claim US Open title, US Open 2020,  thrilling fightback, Dominic Thiem, ପ୍ରଥମ ଗ୍ରାଣ୍ଡ ସ୍ଲାମ ଜିତିଲେ ଡୋମିନିକ ଥିମ, ବିଶ୍ବର ତିନି ନମ୍ବର ଖେଳାଳି ଡୋମିନିକ ଥିମ, ଜର୍ମାନିର ଆଲେକଜାଣ୍ଡାର ଜ୍ବେରେଭ, ୟୁଏସ ଓପନ
ୟୁଏସ ଓପନ: ପ୍ରଥମ ଗ୍ରାଣ୍ଡ ସ୍ଲାମ ଜିତିଲେ ଡୋମିନିକ ଥିମ

ନ୍ୟୁୟର୍କ: ଅଷ୍ଟ୍ରେଲିଆ ଖେଳାଳି ଡୋମିନିକ ଥିମ ଶେଷରେ ନିଜର ପ୍ରଥମ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି । ରବିବାର ଖେଳାଯାଇଥିବା ୟୁଏସ ଓପନ ଫାଇନାଲରେ ଥିମ ଜର୍ମାନିର ଆଲେକଜାଣ୍ଡାର ଜ୍ବେରେଭଙ୍କୁ 2-6, 4-6, 6-4, 6-3, 7-6(6) ସେଟରେ ପରାସ୍ତ କରିଛନ୍ତି ଥିମ । 27 ବର୍ଷିୟ ବିଶ୍ବର ତିନି ନମ୍ବର ଖେଳାଳି ଡୋମିନିକ ନିଜର ପ୍ରଥମ ତିନୋଟି ଗ୍ରାଣ୍ଡସ୍ଲାମରେ ପରାସ୍ତ ହୋଇ ଟାଇଟଲ ଜିତିବାରୁ ବଞ୍ଚିତ ହୋଇଥିଲେ ।

ଭଲ ଆରମ୍ଭ ସତ୍ତ୍ବେ ନିଜର ଡୋମିନିକ ୟୁଏସ ଓପନ ଫାଇନାଲରେ 2 ସେଟରେ ପଛରେ ରହିଥିଲେ ଓ ନର୍ଭସ ଥିବା ଭଳି ଜଣା ପଡ଼ୁଥିଲେ । କିନ୍ତୁ ସେ ଧୀରେ ଧୀରେ ଧୀରେ ସେ ହିଟ କରି ବ୍ରେକ ଡାଉନରୁ ଫେରିଥିଲେ ଓ ନିଜର ତୃତୀୟ ସେଟ ହାସଲ କରିଥିଲେ ।

ଜ୍ବେରେଭ ଏକ ଉଚ୍ଚମାନର ଚତୁର୍ଥ ସେଟରେ 3-4ରେ ସର୍ଭ କରିବାରେ ବିଫଳ ହୋଇଥିଲେ ଓ ଥିମଙ୍କୁ ଏକ ନିର୍ଣ୍ଣାୟକ ଓ ରୋମାଞ୍ଚକ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦେଇଥିଲେ ।

ଏହାପରେ ଥିମ ଏକ ଉଚ୍ଚମାନର ନିର୍ଣ୍ଣାୟକ ସେଟରେ 5-3ରେ ପଛେଇ ଯାଇଥିଲେ କିନ୍ତୁ ତାଙ୍କର କିଛି ଅବିଶ୍ବସନୀୟ ବେସଲାଇନ ମ୍ୟାଚକୁ ଏକ ଟାଇ ବ୍ରେକରରେ ବାନ୍ଧି ଦେଇଥିଲା । ଏହାପରେ ଏକ ଆଶ୍ଚର୍ଯ୍ୟଜନକ କ୍ଲାଇମେକ୍ସରେ ଥିମ 6-4ରେ ଦୁଇ ମ୍ୟାଚ ପଏଣ୍ଟ ହରାଇଲେ କିନ୍ତୁ ଏକ ୱାଇଡ ଖେଳି ଜ୍ବେରେଭ ଡୋମିନିକଙ୍କୁ 4 ଘଣ୍ଟା 2 ମିନିଟ ସମୟରେ ପୁଣି ଏକ ସୁଯୋଗ ଦେଇଥିଲେ । ଯାହାକୁ ଡୋମିନିକ ବିଜୟରେ ପରିବର୍ତ୍ତିତ କରିଥିଲେ ।

@IANS

ABOUT THE AUTHOR

...view details