ଓଡିଶା

odisha

ETV Bharat / sports

ଏଟିପି ଫାଇନାଲ୍ସ: ଥିମଙ୍କୁ ହରାଇ ଟାଇଟଲ ଜିତିଲେ ମେଡଓ୍ବେଡେଭ୍

ଚଳିତ ବର୍ଷର ଏଟିପି ଟାଇଟଲ ଜଣାଇଲେ ଋଷର ଷ୍ଟାର ଟେନିସ ଖେଳାଳି ଡେନିୟଲ ମେଡଓ୍ବେଡେଭ୍‌ । ବିଶ୍ବର ନଂ 3 ଖେଳାଳି ଥିମଙ୍କୁ 4-6,7-6,6-4 ସେଟ୍‌ରେ ହରାଇ ଟାଇଟଲ ହାସଲ କରିଛନ୍ତି ମେଡଓ୍ବେଡେଭ୍ ।

By

Published : Nov 23, 2020, 12:48 PM IST

ଏଟିପି ଫାଇନାଲ୍ସ: ଇତିହାସ ରଚିଲେ ମେଡଓ୍ବେଡେଭ୍‌, ଥିମଙ୍କୁ ହରାଇ ଜିତିଲେ ଏଟିପି ଟାଇଟଲ
ଏଟିପି ଫାଇନାଲ୍ସ: ଇତିହାସ ରଚିଲେ ମେଡଓ୍ବେଡେଭ୍‌, ଥିମଙ୍କୁ ହରାଇ ଜିତିଲେ ଏଟିପି ଟାଇଟଲ

ଲଣ୍ଡନ: ଇତିହାସ ରଚିଲେ ଋଷର ଷ୍ଟାର ଟେନିସ ଖେଳାଳି ଡେନିୟଲ ମେଡଓ୍ବେଡେଭ୍‌ । ବିଶ୍ବର ନଂ 3 ଖେଳାଳି ଥିମଙ୍କୁ 4-6,7-6,6-4 ସେଟ୍‌ରେ ହରାଇ ଜିତିଲେ ଚଳିତ ବର୍ଷର ଏଟିପି ଟାଇଟଲ । ପ୍ରଥମ ଖେଳାଳି ଭାବେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବିଶ୍ବର ଶ୍ରେଷ୍ଠ-3 ଖେଳାଳିଙ୍କୁ ପରାସ୍ତ କରିଛନ୍ତି ମେଡଓ୍ବେଡେଭ୍‌ ।

ଏଟିପି ଫାଇନାଲ୍ସ ଟାଇଟଲ ଜିଣି ଥିମଙ୍କ ପ୍ରଥମ ଅଷ୍ଟ୍ରିଆନ୍ ହେବାର ସ୍ବପ୍ନକୁ ଧୂଳିସାତ୍‌ କରିଛନ୍ତି ମେଡଓ୍ବେଡେଭ୍‌ । ଏଟିପି ମାନ୍ୟତାକୁ ଦେଖିଲେ ଥିମ୍‌ 3ୟ ଓ ମେଡଓ୍ବେଡେଭ୍‌ 4ର୍ଥ ସ୍ଥାନରେ ରହିଛନ୍ତି ।

2016ରୁ 2020 ଯାଏଁ କ୍ରମାଗତ ଭାବେ ଟୁର୍ଣ୍ଣାମେଣ୍ଟକୁ ନୂଆ ଚମ୍ପିଆନ ମିଳିଛନ୍ତି । ତେବେ ଋଷର ଷ୍ଟାର ଟେନିସ ଖେଳାଳି ଡେନିୟଲ ବିଜୟ ହାସଲ କରି 57 ଲକ୍ଷ ଡଲାର(42.27 କୋଟି)ର ପୁରସ୍କାର ରାଶି ପାଇଛନ୍ତି ।

ସୂଚନାଥାଉକି, 2009ରେ ଲଣ୍ଡନରେ ହୋଇଥିବା ପ୍ରଥମ ଏଟିପି ଫାଇନାଲ୍ସରେ ଚମ୍ପିଆନ ହୋଇଥିଲେ ନିକୋଲେ । ତାଙ୍କ ପରେ ମେଡଓ୍ବେଡେଭ୍‌ ଟାଇଟଲ ହାସଲ କରିଥିବା 2ୟ ଋଷୀୟ ଖେଳାଳି ।

ABOUT THE AUTHOR

...view details