ବେଜିଂ: ଯୌନ ନିର୍ଯାତନା ଅଭିଯୋଗ କରି ନଥିବା କହିଲେ ଚୀନ ଟେନିସ ତାରକା ପେଙ୍ଗ ଶୁଆଇ । ରବିବାର ଏନେଇ ସେ କହିଛନ୍ତି ମୁଁ କାହା ନାମରେ ଯୌନ ନିର୍ଯାତନା ଅଭିଯୋଗ କରି ନାହାନ୍ତି । ତେବେ ସେ ବିଦେଶ ଯାତ୍ରା କରିବାକୁ ଯାଉନାଥିବା କହିଛନ୍ତି ।
ସିଙ୍ଗାପୁରର ଖବରକାଗଜ ଲିଆନେ ଜାବାଓଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ପେଙ୍ଗ କହିଛନ୍ତି ଯେ, ପ୍ରଥମେ କଥା ମୋତେ ଦୁଷ୍କର୍ମ ହୋଇଥିବା ବିଷୟରେ ମୁଁ କଦାପି କହି ନାହିଁ କିମ୍ବା କୌଣସି ଲିଖିତ ଅଭିଯୋଗ କରିନାହିଁ । ୱାଇବୋ ବିଷୟରେ ସେ କହିଛନ୍ତି ଏହା ମୋର ବ୍ୟକ୍ତିଗତ ଗୋପନୀୟତା ସମ୍ବନ୍ଧୀୟ ବିଷୟ ଅଟେ । ଅନେକଙ୍କୁ ଭୁଲ ବୁଝାମଣା ହୋଇଛି ।