ଓଡିଶା

odisha

By

Published : Oct 6, 2019, 7:29 PM IST

ETV Bharat / sports

ଚାଇନା ଓପନ: ନାଓମି ଓସାକା ଟାଇଟଲ ବିଜୟୀ

ବିଶ୍ବ ମାନ୍ୟତାର ନଂ1 ଖେଳାଳି ଆସଲେ ବାର୍ତ୍ତୀଙ୍କୁ ହରାଇ ଚାଇନା ଓପନ ଟାଇଟଲ ଜିତିଲେ ନାଓମି ଓସାକା ।

ଫଟୋ ସୌଜନ୍ୟ: twitter@ChinaOpen

ବେଜିଂ: ଇତିହାସ ରହିଲେ ଜାପାନ ଟେନିସ ଖେଳାଳି ନାଓମି ଓସାକା । 2ଥରର ଗ୍ରାଣ୍ଡସ୍ଳାମ ବିଜେତା ନାଓମି, ଚାଇନା ଓପନ ଟାଇଟଲ ବିଜୟୀ ହୋଇଛନ୍ତି । ଫାଇନାଲ ମୁକାବିଲାରେ ବିଶ୍ବମାନ୍ୟତାର ନଂ1 ଖେଳାଳି ଆସଲେ ବାର୍ତ୍ତୀଙ୍କ ସହ ତାଙ୍କର ଟକ୍କର ହୋଇଥିଲା । ତେବେ ପ୍ରାୟ 2ଘଣାଧରି ଚାଲିଥିବା ଏହି ମ୍ୟାଚରେ ଶେଷରେ ବାଜି ମାରି ନେଇଥିଲେ ନାଓମି । 3-6, 6-3 ଓ 6-ରେ ସେଟରେ ଆସଲେଙ୍କୁ ମାତ ଦେଇଥିଲେ ନାଓମି ।

ଫଟୋ ସୌଜନ୍ୟ: twitter@ChinaOpen

ପ୍ରଥମ ସେଟରେ ହାରିବା ପରେ ଅଧିକ ଆକ୍ରମଣାତ୍ମକ ଖେଳିଥିଲେ ନାଓମି । ଫଳରେ ସେ ପରବର୍ତ୍ତୀ 2ଟି ସେଟରେ ବିଜୟ ହୋଇଥିଲେ । ଫଳରେ ଆସେଲଙ୍କ ହରାଇ ଟାଇଟଲ ହାତେଇବାରେ ସକ୍ଷମ ହୋଇଥିଲେ । ଏହି ଟାଇଟଲ ନାଓମିଙ୍କ କ୍ୟାରିୟରର 5ମ ଓ ଚଳିତ ବର୍ଷର 3ୟ ଟାଇଟଲ ବିଜୟ ।

ଫଟୋ ସୌଜନ୍ୟ: twitter@ChinaOpen

ABOUT THE AUTHOR

...view details