ଫ୍ରାନ୍ସ(କ୍ଳାସିସ୍):ଭାରତୀୟ ଟେନିସ ଷ୍ଟାର ରାମକୁମାର ରାମାନାଥନ ଓ ଏନ. ଶ୍ରୀରାମ ବାଲାଜି କ୍ଳାସିସ ଓପନରେ କମାଲ କରିଛନ୍ତି । ଫ୍ରାନ୍ସରେ ଖେଳାଯାଇଥିବା ଏହି ମେଗା ପ୍ରତିଯୋଗିତାର ପୁରୁଷ ଡବଲ୍ସ ଇଭେଣ୍ଟରେ ବାଜିମାତ କରିବା ସହ ଟାଇଟେଲ ଜିତିଛନ୍ତି ଭାରତୀୟ ଯୋଡି।
ଫାଇନାଲରେ ମେକ୍ସିକୋର ହାନ୍ସ ହାଚ ଭର୍ଦୁଗୋ ଓ ମିଗ୍ୟୁଏଲ ଆଞ୍ଜେଲ୍ ରିୟାସ-ଭାରେଲା ଯୋଡିଙ୍କୁ ୬-୪, ୩-୬ ଓ ୧୦-୬ ସେଟ୍ରେ ହରାଇ ATP ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି ଭାରତୀୟ ଯୋଡି ରାମକୁମାର ରାମାନାଥନ ଓ ଏନ. ଶ୍ରୀରାମ ବାଲାଜି। ଭାରତୀୟ ଖେଳାଳି ପ୍ରତ୍ୟେକ ୮୦ ରାଙ୍କିଂ ପଏଣ୍ଟ ଅର୍ଜନ କରିଛନ୍ତି ।