ଓଡିଶା

odisha

ETV Bharat / sports

ସୁଧୁରୁଛି ବୋପନ୍ନାଙ୍କ ସ୍ବାସ୍ଥ୍ୟାବସ୍ଥା, ଟାର୍ଗେଟରେ କାତାର ଓପନ

ଧିରେ ଧିରେ ସୁସ୍ଥ ହେଉଥିବା ସୂଚନା ଦେଇଛନ୍ତି ଟେନିସ ତାରକା ରୋହନ ବୋପନ୍ନା । କାତାର ଓପନ ତାଙ୍କର ଲକ୍ଷ୍ୟ ବୋଲି ମଧ୍ୟ କହିଛନ୍ତି ।

By

Published : Dec 6, 2019, 10:20 PM IST

bopanna
bopanna


ହାଇଦ୍ରାବାଦ: କାନ୍ଧରେ ଆଘାତ ଲାଗିଥିବା କାରଣରୁ ଡେଭିସ କପରୁ ଓହରିଥିଲେ ଟେନିସ ତାରକା ରୋହନ ବୋପନ୍ନା । ତେବେ ଗୁରୁବାର ବୋପନ୍ନା ଆଘତରୁ ଧିରେ ଧିରେ ଠିକ ହୋଉଥିବା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କାନ୍ଧ ଏବେ ଠିକ ହେବାରେ ଲାଗିଛି । 2ଦିନ ପୂର୍ବରୁ ଟ୍ରେନିଙ୍ଗ ଆରମ୍ଭ କରି ଦେଇଛି । କାତାର ଓପନ ଆରମ୍ଭ ହେବାକୁ ଆହୁରି ଗୋଟିଏ ମାସ ରହିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଠିକ୍‌ ହୋଇଯିବି ।

ସୂଚନାଥାଉକି, କାତାର ଓପନ ଦୋହାଠାରେ 6 ଜାନୁଆରୀରୁ -12 ଜାନୁଆରୀ ଯାଏଁ ଚାଲିବ ।

ABOUT THE AUTHOR

...view details