ଆଡିଲେଡ୍(ଅଷ୍ଟ୍ରେଲିଆ):ଆଡିଲେଡ୍ ଇଣ୍ଟରନ୍ୟାସନାଲ(Adelaide International) ଟେନିସ ଟୁର୍ନାମେଣ୍ଟରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ । ଜବରଦସ୍ତ ପ୍ରଦର୍ଶନ ସହ ଭାରତୀୟ ଟେନିସ ଡବଲ୍ସ ଯୋଡି ରୋହନ ବୋପାନ୍ନା ଓ ରାମକୁମାର ରାମାନାଥନ ଆଡିଲେଡ୍ ଇଣ୍ଟରନ୍ୟାସନାଲ ଟାଇଟେଲ ବିଜେତା ହୋଇଛନ୍ତି । ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ କ୍ରୋଏସିଆର ଇଭାନ ଡୋଡିଗ ଓ ବ୍ରାଜିଲ୍ର ମାରକେଲୋ ମେଲୋଙ୍କୁ ୭-୬(୬), ୬-୧ ସେଟ୍ରେ ହରାଇ ରବିବାର ଇତିହାସ ରଚିଛନ୍ତି ଭାରତୀୟ ଯୋଡି ।
ଏହାମଧ୍ୟ ପଢନ୍ତୁ:3rd test: କେପଟାଉନ୍ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ
ଏହି ଭାରତୀୟ ଟେନିସ ଯୋଡି ଡେଭିସ କପ୍ରେ ଫିନଲାଣ୍ଡ ବିପକ୍ଷରେ କେବଳ ଗୋଟିଏ ମ୍ୟାଚ୍ ଖେଳି ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହି ବିଜୟ ସହ ବିଶ୍ବ ଟେନିସ ମାନ୍ୟତାର ୪୩ ନମ୍ବର ସ୍ଥାନରେ ଥିବା ବୋପାନ୍ନା ନିଜର ୧୯ତମ ଟୁର୍ ଲେଭଲ ଟାଇଟେଲ ବିଜେତା ହୋଇଛନ୍ତି । ଅନ୍ୟପଟେ ATP ମାନ୍ୟତାର ୧୪୪ ନମ୍ବର ସ୍ଥାନରେ ଥିବା ରାମାନାଥନ ପ୍ରଥମ ଟୁର୍ ଲେଭଲ ତାଜ ବିଜୟର ସ୍ବାଦ ଚାଖିଛନ୍ତି ।
ପ୍ରଥମ ସେଟ୍ରେ ଅନ୍ୟନ୍ତ ଅତ୍ୟନ୍ତପୂର୍ଣ୍ଣ ରହିଥିଲା ଓ କଡା ପ୍ରତିଦ୍ବନ୍ଦ୍ବୀତା ମଧ୍ୟରେ ଭାରୀୟ ଯୋଡି ୭-୬ରେ ବାଜି ମାରିନେଇଥିଲେ । ପରେ ଦ୍ବିତୀୟ ସେଟ୍ରେ କ୍ରୋଏସିଆନ ଓ ବ୍ରାଜିଲିଆନ ଯୋଡି ଫାଇନାଲ ମୁକାବିଲାର ଚାପକୁ ନିଯନ୍ତ୍ରଣରେ ରଖିପାରିନଥିଲେ । ଫଳରେ ଏକତରଫା ଭାବେ ୬-୧ରେ ବିଜୟୀ ହୋଇଥିଲେ ଭାରତୀୟ ଖେଳାଳି । ପୂର୍ବରୁ ସେମିଫାଇନାଲରେ ବୋପାନ୍ନା ଓ ରାମାନାଥନ ଶୀର୍ଷ ମାନ୍ୟତାରେ ଥିବା ଖେଳାଳି ଟୋମିସଲଭ ବରକିକ ଓ ସାଣ୍ଟିଆଗୋ ଗୋଞ୍ଜାଲେଜଙ୍କୁ ୬-୨, ୬-୪ ସିଧାସଳଖ ସେଟ୍ରେ ହରାଇଥିଲେ ।
IANS