ହାଇଦ୍ରାବାଦ:ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି । ଗୁରୁବାର ଏକ ପ୍ରାଇଭେଟ କାର୍ଯ୍ୟକ୍ରମରେ ଦୁଇ ସେଲିବ୍ରିଟି ଦମ୍ପତି ନୂତନ ଇଂନିସ ଆରମ୍ଭ କରିଛନ୍ତି । ଗତ କିଛି ବର୍ଷ ଧରି ଉଭୟ ସଂପର୍କରେ ରହିଥିଲେ ଓ ପୂର୍ବରୁ ସୋସିଆଲ ମିଡିଆରେ ଏହି ଷ୍ଟାର ଯୋଡିଙ୍କ ପ୍ରେମ ସଂପର୍କ ନେଇ ଚର୍ଚ୍ଚା ଲାଗି ରହିଥିଲା ।
ଗତ କିଛି ଦିନ ତଳେ ଉଭୟଙ୍କ ନିର୍ବନ୍ଧ ଫଟୋ ସାମ୍ନାକୁ ଆସିଥିଲା, ପରେ ମେହେନ୍ଦୀ ଓ ହଳଦୀ ସେରିମନିର ଫଟୋ ମଧ୍ୟ ଟ୍ବିଟର ଓ ଇନଷ୍ଟାଗ୍ରାମରେ କିଛି ଫ୍ୟାନ୍ସ ସେୟାର କରିଥିଲେ ।
ଜ୍ବାଲାଙ୍କ ଦୀର୍ଘସମୟର ଡବଲ୍ସ ପାର୍ଟନର ଭି ଡିଜୁ ଫେସବୁକ୍ରେ ପତିପତ୍ନୀଙ୍କ ବିବାହ ଫଟୋ ସେୟାର କରିଛନ୍ତି ।