ଓଡିଶା

odisha

ଅଷ୍ଟ୍ରେଲିଆ ଓପନ: ସେମିରେ ସୋଫିଆ କେନିନ

By

Published : Jan 28, 2020, 1:48 PM IST

ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ଆମେରିକାର 15 ବର୍ଷିୟା ସୋଫିଆ ଟେନିସ ଖେଳାଳି ସୋଫିଆ କେନିନ ।

Australian Open
ସୋଫିଆ କେନିନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ପ୍ରବେଶ ସହ ରେକର୍ଡ କଲେ ଆମେରିକାର ସୋଫିଆ କେନିନ । ଟେନିସ କ୍ୟାରିୟରରେ ପ୍ରଥମ ଥର ଗ୍ରାଣ୍ଡସ୍ଳାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସୋଫିଆ । କ୍ବାର୍ଟଫାଇନାଲ ଲଢେଇରେ ଓନ୍ସ ଜାବେରଙ୍କୁ 6-4, 6-4 ସେଟରେ ହରାଇଛନ୍ତି 15 ବର୍ଷିୟା ସୋଫିଆ ।

ସୋଫିଆ କେନିନ

ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଅନ୍ତିମ ସେଟରେ ବାଜିମାରିଥିଲେ ସୋଫିଆ । ବିଶ୍ବ ଟେନିସ ମାନ୍ୟତାର 78ତମ ର୍ୟାଙ୍କରେ ଥିବା ଜାବେର ପ୍ରଥମ ଆରବ ମହିଳା ଟେନିସ ଖେଳାଳି ଭାବେ ଅଷ୍ଟ୍ରେଲିଆ ଓପନର କ୍ବାର୍ଟରଫାଇନାଲରେ ପ୍ରବେଶ କରିଥିଲେ । ତେବେ ପରାଜୟକୁ ସ୍ବୀକାର କରିବା ସହ ସୋଫିଆ ଚମତ୍କାର ଖେଳିଥିବାରୁ ବିଜୟର ହକଦାର ବୋଲି କହିଛନ୍ତି ଜାବେର ।

ଅଷ୍ଟ୍ରେଲିଆ ଓପନ

ABOUT THE AUTHOR

...view details